କୁଆଡ଼େ ଗଲେ ଲିଙ୍ଗା ଛୋଟରାୟ ? ଥାନାରେ ଏତଲା ପରେ ଫେରାର

ଭୁବନେଶ୍ବର: ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀ ସଫେଇ କର୍ମଚାରୀମାନଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଖଣ୍ଡଗିରି ଓ ଡିସିପି ଅଫିସ ଘେରାଉ ପରେ ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ରାଜମହଲ ଛକରେ ୨ଶହ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୩ ଦିନ ହେଲା ସଫେଇ ବନ୍ଦ ଥିବାରୁ ହସ୍ତକ୍ଷେପ କଲେ ଭୁବନେଶ୍ବର ମେୟର ଓ ଅତିରିକ୍ତ କିମିଶନର । ସଫେଇ କର୍ମାଚାରୀଙ୍କ ଦାବି ମୁତାବକ ନ୍ୟାୟ ମିଳିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେଇଛନ୍ତି କର୍ମଚାରୀ ।

କୁଆଡେ ଗଲେ କର୍ପୋରେଟରଙ୍କ ସ୍ବାମୀ ? କାହା ଛତ୍ରଛାୟା ତଳେ ଲିଙ୍ଗା ଛୋଟରାୟ ? ସଫେଇ କର୍ମଚାରୀଙ୍କୁ ଅସମ୍ମାନ କରି ଅଡୁଆରେ ବିଜେପି ନେତା । ଖଣ୍ଡଗିରି, ଡିସିପି ଅଫିସ ପରେ ରାଜମହଲରେ ହଲ୍ଲାବୋଲ । ମେୟରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲେ ସଫେଇ କର୍ମଚାରୀ ।…ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀଙ୍କ ର୍ଦୁବ୍ୟବହାର କରିଥିବା ଅଭିଯୋଗରେ ରାଜମହଲ ଛକରେ ୨୦୦ ଜଣ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ । ୩ଦିନ ଧରି ସଫେଇ ବନ୍ଦ ଥିବାରୁ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ଭୁବନେଶ୍ୱର ମେୟର ଓ ବିଏମସିର ଅତିରିକ୍ତ କମିଶନର ଆଲୋଚନା କରିଛନ୍ତି । ଅଭିଯୋଗ ଆଧାରରେ ଉଚିତ ନ୍ଯାୟ ପାଇବା ନେଇ ମେୟରଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ସଫେଇ କର୍ମଚାରୀ ।

ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀ ଲିଙ୍ଗା ଛୋଟରାୟଙ୍କୁ ଗିରଫ ପାଇଁ ଦାବି ରଖିଛନ୍ତି ସଫେଇ କର୍ମଚାରୀ । ଥାନାରେ ମାମଲା ରୁଜୁ ହେଇଛି । କର୍ପୋରେଟରଙ୍କ ବ୍ୟତୀତ ସଫେଇ କର୍ମଚାରୀଙ୍କୁ ସ୍ୱାମୀ, ସ୍ତ୍ରୀ ଓ ପରିବାର ଲୋକ କାହାରି କିଛି କହିବାର ଅଧିକାର ନାହିଁ । ଅଭିଯୋଗ ପରେ ଲିଙ୍ଗା ଛୋଟରାୟ ଏବେ ଫେରାର ଅଛନ୍ତି । ତେବେ ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି, ଯିଏ ବି ହେଉ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି ।