ବହୁ ନୂଆ ଫିଚର ସହ ଆସୁଛି ହ୍ୱାଟ୍ସଆପ୍: ଜାଣନ୍ତୁ କେବେ କରିବେ ଅପଡେଟ

1 min read

ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର , ଆଉ କିଛି ଦିନ ଭିତରେ ହ୍ୱାଟ୍ସଆପ୍ ଆଣୁଛି ନୂଆ ଫିଚର୍  ।  ଆଗାମୀ ବେଟା ଅପଡେଟ୍ ଆପ୍ଲିକେସନ୍ ରେ ଏହି ନୂଆ ଫିଚର ଆଡ୍ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି  । ଏହି ନୂଆ ଅପଡେଟ ଆପ୍ଲିକେସନରେ ଆପଣ ହ୍ୱାଟ୍ସଆପ୍ ଚଲାଉଥିବା ବେଳେ ଯେତେବେଳେ ଚେହିଁବେ ସେତେବେଳେ ଆପ୍ଲିକେସନର ସେଟିଙ୍ଗକୁ ଯାଇ ଡାର୍କ ମୋଡ୍ କରିପେରିବେ  । ତେବେ ଆଇଫୋନ୍ ଫୋନରେ ଏହି ଡାର୍କ ମୋଡକୁ ୩ ଟି ମୋଡରେ ବଦଳେଇ ପେରିବେ । ଆଶା କରାଯାଇଛି ଆସନ୍ତା ୯୦ ଦିନ ମଧ୍ୟରେ ଏହି ଅପଡେଟ ଆପଣଙ୍କ ଫୋନରେ ଉପଲବ୍ଧ ହେବ ।

ସେହିଭଳି ହ୍ୱାଟ୍ସଆପ୍ ଆପରେ ଆପଣ ମଧ୍ୟ ନେଟଫ୍ଲିକ୍ସ ଟ୍ରେଲର୍ ଦେଖିପେରିବେ  । ହ୍ୱାଟ୍ସଆପ୍ ବେଟା ଇମ୍ଫୋ ସୂଚନା ଅନୁଯାୟୀ ହ୍ୱାଟ୍ସଆପରେ ଏକ ଟ୍ୟାବ୍ ରହିବ ସେଥିରେ ଥମ୍ବନେଲ୍ ଥିବା ଭିଡିଓ ବି ଦେଖାଦେବ , ସେ ଲିଙ୍କକୁ ଆପଣ କ୍ଲିକ୍ କଲେ ସିଧାସଳଖ ନେଟଫ୍ଲିକ୍ସର ଟ୍ରେଲର ଦେଖିପେରିବେ  । ')}

Leave a Reply