Sushant Singh Rajput Case: ସୁଶାନ୍ତଙ୍କ ସହ ପ୍ରଥମ ଡେଟିଂରୁ ଲିଭ୍-ଇନ୍ ପର୍ଯ୍ୟନ୍ତ, ସିବିଆଇ ରିୟାଙ୍କୁ ପଚାରିଲା ଏହି ସବୁ ପ୍ରଶ୍ନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆଜି ହେଉଛି ଅଷ୍ଟମ ଦିନ । ଆଜି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା କରୁଥିଲା ଏବଂ ଏହାର ପ୍ରଥମ ପର୍ୟ୍ୟାୟ ଶେଷ ହୋଇଛି । ରିୟାଙ୍କ ସହିତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ମଧ୍ୟ ଅଛନ୍ତି । ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ଡିଆରଡିଓ ଗେଷ୍ଟହାଉସରେ ରିୟା,ସୌଭିକଙ୍କ ବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । କୁହାଯାଉଛି ସିବିଆଇ ସମସ୍ତଙ୍କୁ ସାମ୍ନାସାମ୍ନି ପଚରାଉଚରା କରିପାରେ ।

ଗତ ଗୁରୁବାରକୁ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ରିୟା କେତେକ କଥାର ଖୁଲାସା କରିଛନ୍ତି । ପ୍ରଥମେ ସିବିଆଇ ତଦନ୍ତ ପାଇଁ ଦାବି କରୁଥିବା ରିୟା କହିଛନ୍ତି କି, ମୁଁ ଜାଣିବାକୁ ଚାହୁଁଥିଲି ଯଦି ଏହା ଆତ୍ମହତ୍ୟା ତେବେ ସେଦିନ କ’ଣ ଘଟିଥିଲା? ମୁଁ ତାଙ୍କ ସହିତ ନଥିଲି ଏବଂ କ’ଣ ଘଟିଛି ମୁଁ ଜାଣିନାହିଁ । ମୁଁ ଯେତେବେଳେ ସୁପ୍ରିମକୋର୍ଟ ଯାଇଥିଲି ସେତେବେଳେ ବିହାର ପୋଲିସ ତଦନ୍ତ କରୁଥିଲେ । ଯାହା ସମ୍ପର୍ଣ୍ଣ ଭିତ୍ତିହୀନ । ମୁଁ କେବେ ମଧ୍ୟ କହିନାହିଁ କି ସିବିଆଇ ତଦନ୍ତ ନ ହେଉ ବୋଲି । ଅନ୍ୟପକ୍ଷରେ ରିୟାଙ୍କୁ ସିବିଆଇ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ ପ୍ରଶ୍ନ ପଚାରିଛି । ପଢନ୍ତୁ ସେହି ପ୍ରଶ୍ନ ସବୁ କ’ଣ ଥିଲା ।

ସିବିଆଇ ରିୟାଙ୍କୁ ପଚାରିଥିବା କିଛି ପ୍ରଶ୍ନ:

୧. ସୁଶାନ୍ତ ସିଂଙ୍କ ସହିତ ପ୍ରଥମ ଥର କେବେ ଦେଖା ହୋଇଥିଲା ?
୨. ସୁଶାନ୍ତଙ୍କ ସହିତ ବନ୍ଧୁତା କିଭଳି ଆରମ୍ଭ ହେଲା ?
୩. ଉଭୟ କେବେ ପରସ୍ପରର ନିକଟତର ହେଲେ?
୪. ସୁଶାନ୍ତଙ୍କ ଘରକୁ ରହିବା ପାଇଁ କେବେ ଯାଇଥିଲେ?
୫. ସୁଶାନ୍ତଙ୍କ ସହିତ ଇଉରୋପ ଯିବା ପ୍ଲାନିଂ କାହାର ଥିଲା?
୬. ଲାଷ୍ଟ ମିନିଟରେ ଇଉରୋପ ଯିବା ପ୍ଲାନ କାହିଁକି ବଦଳିଲା?
୭. ଭାଇ ସୌଭିକକୁ ସାଙ୍ଗରେ କାହିଁକି ନିଆଗଲା?
୮. ବିଦେଶରେ ହୋଟେଲରେ କ’ଣ ହେଲା?
୯. ହୋଟେଲ କାହିଁକି ଛାଡ଼ିଥିଲ?
୧୦. କ’ଣ ଗୋୟା ପେଣ୍ଟିଂ ଦେଖି ସୁଶାନ୍ତ ଡରି ଯାଇଥିଲେ?
୧୧. ସୁଶାନ୍ତ ସିଂ କେବେ ଅସୁସ୍ଥ ହେଲେ?
୧୨. କେତେଜଣ ଡାକ୍ତର ସୁଶାନ୍ତଙ୍କୁ ଚେକଅପ କରିଛନ୍ତି?
୧୩. ସେହି ଡାକ୍ତର ମାନଙ୍କ ସୂଚନା ?
୧୪. ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି ଆପଣ କିପରି ଜାଣିଲେ?
୧୫. ସୁଶାନ୍ତଙ୍କୁ କେଉଁ ସବୁ ଔଷଧ ଦିଆଯାଉଥିଲେ?

Leave a Reply