ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର, ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟରେ କମିବ ବର୍ଷାର ପରିମାଣ । ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ଓ୍ୱେଲମାର୍କ ଲୋ ପ୍ରେସର ହୋଇରହିଛି । ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ ନାହିଁ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପେଟେ ଲଘୁଚାପ ବର୍ଷା ଫଳରେ ଜଳକାରେ ବନ୍ୟା ସ୍ଥିତି ଦେଖାଦେଇଛି । ବସ୍ତା ବ୍ଲକ ମଥାନୀରେ ନଦୀର ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ଏହା ୫.୯୮ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ମୟୂରଭଞ୍ଜର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

Leave a Reply