5T ସଚିବଙ୍କ ମହାନତା: ନବଜାତକର ଜୀବନ ବଞ୍ଚାଇଲେ ଭି.କେ ପାଣ୍ଡିଆନ୍

1 min read

ଭୁବନେଶ୍ୱର: ଫାଇବ-ଟି ସଚିବଙ୍କ ମହାନତା । ନବଜାତକର ଜୀବନ ବଞ୍ଚାଇଲେ ଫାଇବ-ଟି ସଚିବ ଭି କେ ପାଣ୍ଡିଆନ । ମୃତ୍ୟୁ ସହ ଲଢୁଥିଲା ନୟାଗଡ ଖଣ୍ଡପଡା ଅଂଚଳର ଅସହାୟ ଗରିବ ପୁରୁଷୋତ୍ତମ ମହାପାତ୍ରଙ୍କ 2 ଦିନର ଶିଶୁ । ଜନ୍ମର ଦିନକ ପରେ ତାକୁ ନିଶ୍ୱାସ ନେଵା ରେ କଷ୍ଟ ହେଉଥିଲା । ଦେହ ନୀଳ ପଡିଯାଇଥିଲା । ଡ଼କ୍ଟର ଶିଶୁକୁ କୌଣସି ବଡ଼ ମେଡିକାଲ ନେଈ ଭେଣ୍ଟିଲେଟରରେ ରଖିବାକୁ ପରାମର୍ଶ ଦେଇଥିଲେ କଟକର ଏକ ଘରୋଇ ନର୍ସିଙ୍ଗ ହୋମ ଡାକ୍ତର ।

ହେଲେ ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ । ଗରିବ ପରିବାର ଶିଶୁଟିର ଚିକତ୍ସା କରିବାକୁ ସମର୍ଥ ନଥିଲେ । ଏନେଇ କିଛି ସାମାଜିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ 5ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଦୁବାଇରେ ଅନୁଷ୍ଠିତ ହେଉଥିବା ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ 5-ଟି ସଚିବ ଦୁବାଇ ଗସ୍ତ କରିଛନ୍ତି ।

କାର୍ଯ୍ୟକ୍ରମର ବ୍ୟସ୍ତତା ମଧ୍ୟରେ ବି ଏହି ଖବର ଶୁଣି ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି 5-ଟି ସଚିବ । ଶିଶୁଟିକୁ ଭୁବନେଶ୍ବ କିମ୍ସ ମେଡିକାଲକୁ ସ୍ଥାନାନ୍ତର କରିବା ସହ ସମସ୍ତ ଆନୁଶାନିକ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶିଶୁଟିର ଏବେ କିମ୍ସ ମେଡିକାଲରେ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଚିକତ୍ସା କରୁଛନ୍ତି ।