spot_img

Latest Posts

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ ଭି.କେ. ପାଣ୍ଡିଆନ୍

ସମ୍ବଲପୁର: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ସମ୍ବଲପୁର ଓ ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍।  ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ମା’ ସମଲେଶ୍ୱରୀଙ୍କ ମନ୍ଦିର ପିଠକୁ ଯିବେ।

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ସମଲେଶ୍ୱରୀ ପୀଠର ବିକାଶ ଉପରେ ରହିଛି ରାଜ୍ୟ ସରକାରଙ୍କ ଫୋକସ୍। ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯିବ, ସେନେଇ ଦୁଇ ସଚିବ ଅନୁଧ୍ୟାନ କରିବେ। ସେହିପରି ରାଉରକେଲା ହକି ଷ୍ଟାଡିୟମ୍ ବୁଲି ଦେଖିପାରନ୍ତି ଭିକେ ପାଣ୍ଡିଆନ୍।

ଅପରାହ୍ନ ୨ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ ବିପିୟୁଟି ନିକଟରେ ନିର୍ମାଣ ହେବାକୁ ଥିବା ଦେଶର ସର୍ଵବୃହତ୍‌ ହକି ଷ୍ଟାଡିୟମ୍ ଜମି ପରିଦର୍ଶନ କରିଵା କାର୍ଯ୍ୟକ୍ରମ ରହିଛି। ଏହାସହ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ସୁଚନା ମିଳିଛି। ମୁଖ୍ୟ ଶାସନ ସଚିବ ଓ 5ଟି ସଚିବଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Latest Posts

Don't Miss