spot_img

Latest Posts

ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍

ନନ୍ଦିଘୋଷ ବ୍ୟୁରୋ : ଖୋଲା ଯାଇଛି ହୀରାକୁଦର ୨୮ଟି ଗେଟ୍। ବାମ ପାର୍ଶ୍ଵର ୧୯ଟି ଓ ଦକ୍ଷିଣ ପାର୍ଶ୍ଵର ୯ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଛତିଶଗଡ଼ ଓ  ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏତେ ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ୬୨୮.୧୯ ରେ ପହଞ୍ଚିଛି ଜଳସ୍ତର । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୯ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୪ ହଜାର ୪୩୨ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି।  ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ୍ ।ମୋଟ୍ ୨୮ଟି ଗେଟ ଦେଇ ଛଡ଼ାଯାଉଛି ବନ୍ୟାଜଳ  । ବାମ ପାର୍ଶ୍ଵର ୧୫ଟି ଓ ଦକ୍ଷିଣ ପାର୍ଶ୍ଵର ୭ଟି ଗେଟ୍ ଖୋଲା  । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଲା ଗେଟ୍  । ହୀରାକୁଦର ୨୮ ଟି ଗେଟ୍ ଖୋଲାଯାଇଛି । ତେଣୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆବଶ୍ୟକ ପଡିଲେ ଆସନ୍ତାକାଲି ଆଉ କିଛି ଗେଟ ଖୋଲାଯାଇପାରେ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। କଟକ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ଜଳ ଆଜି ରାତିରେ ପହଞ୍ଚିବ। ଏଥିପାଇଁ ବାଙ୍କୀ, ବଡ଼ମ୍ବା,  ଆଠଗଡ଼,  କଣାସ, ନିମାପଡ଼ା ଗୋପ, ଏରସମା ବାଲିକୁଦା, ପାଟକୁରା ଭଳି ଅଞ୍ଚଳରେ ଛୋଟ ଧରଣର ବନ୍ୟା ହେବ ବୋଲି କୁହାଯାଇଛି। ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି।

 

 

 

 

Latest Posts

Don't Miss