ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଫଗୱାଡ଼ାରେ ଥିବା ଲଭଲି ପ୍ରଫେସ୍ନାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଉତ୍ୟକ୍ତ ଛାତ୍ରଛାତ୍ରୀ ପୋଲିସ ସହିତ ଧସ୍ତାଧସ୍ତି ହେବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କିଛି ଗାଡ଼ିରେ ନିଆଁ ବି ଲଗାଇ ଦେଇଛନ୍ତି। ପିଲାଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟାକୁ ଗୁଜବରୁ ଏତେ କାଣ୍ଡ ଘଟିଛି। ସୋସିଆଲ ମିଡିଆରେ ଏହି ଗୁଜବ ପରେ ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ରାଜପଥ ଅବରୋଧ କରିଥିଲେ। କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ପୋଲିସ କହିଛି, ଗଣଦୁଷ୍କର୍ମ ନେଇ କୌଣସି ଅଭିଯୋଗ ଆସିନାହିଁ କି କେହି ଆତ୍ମହତ୍ୟାର ବି ଖବର ନାହିଁ। ଭାଇରାଲ୍ ହେଉଥିବା ଭିଡିଓ ପୁରୁଣା ହୋଇପାରେ। ତେବେ ଛାତ୍ରମାନଙ୍କ ଦାବି ପରେ ଏଫ୍ଆଇଆର୍ ରୁଜୁ କରାଯାଇଛି ଏବଂ Special Investigation Team, SIT ଗଠନ ହୋଇଛି। CCTV, ଫରେନସିକ୍ ଏବଂ ଫୋନ୍ ଡାଟା ଯାଞ୍ଚ କରାଯିବ ବୋଲି ଜଲନ୍ଧର DIG ନବୀନ ସିଙ୍ଗଲା କହିଛନ୍ତି।
ଲଭଲି ୟୁନିଭରସିଟିର ରେଜିଷ୍ଟ୍ରାର୍ ଡକ୍ଟର ମୋନିକା ଗୁଲାଟି ମଧ୍ୟ କହିଛନ୍ତି, ଗଣଦୁଷ୍କର୍ମ ଓ ଆତ୍ମହତ୍ୟା କେବଳ ଏକ ଗୁଜବ। ଏହା କିଛି ସତ୍ୟତା ନାହିଁ। ତଥାପି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଲଭଲି ୟୁନିଭରସିଟିର ଚାନ୍ସେଲର୍ ତଥା ସହ ପ୍ରତିଷ୍ଠାତା ରଶ୍ମି ମିତ୍ତଲଙ୍କଠାରୁ ଉତ୍ତର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ଅଶୋକ ମିତ୍ତଲ ହେଉଛନ୍ତି ଏହି ଲଭଲି ୟୁନିଭରସିଟିର ପ୍ରତିଷ୍ଠାତା କୁଳପତି। କିଛି ଦିନ ତଳେ ସେ ବିଜେପିର ମିଶିଛନ୍ତି। ଆପ୍ ଟିକଟରେ ରାଜ୍ୟସଭା ସାଂସଦ ଦେବାର ଅଳ୍ପ ଦିନ ପରେ ସେ ଦଳ ବଦଳ କରି ବିଜେପିରେ ମିଶିଛନ୍ତି। ତା ଆଗରୁ ତାଙ୍କ ୟୁନରସିଟି ଉପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା। …
ପଞ୍ଜାବ ଫଗୱାଡ଼ାରେ ଥିବା ଲଭଲି ପ୍ରଫେସ୍ନାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଉତ୍ୟକ୍ତ ଛାତ୍ରଛାତ୍ରୀ ପୋଲିସ ସହିତ ଧସ୍ତାଧସ୍ତି ହେବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କିଛି ଗାଡ଼ିରେ ନିଆଁ ବି ଲଗାଇ ଦେଇଛନ୍ତି। ପିଲାଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟାକୁ ଗୁଜବରୁ ଏତେ କାଣ୍ଡ ଘଟିଛି। ସୋସିଆଲ ମିଡିଆରେ ଏହି ଗୁଜବ ପରେ ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ରାଜପଥ ଅବରୋଧ କରିଥିଲେ। କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ପୋଲିସ କହିଛି, ଗଣଦୁଷ୍କର୍ମ ନେଇ କୌଣସି ଅଭିଯୋଗ ଆସିନାହିଁ କି କେହି ଆତ୍ମହତ୍ୟାର ବି ଖବର ନାହିଁ। ଭାଇରାଲ୍ ହେଉଥିବା ଭିଡିଓ ପୁରୁଣା ହୋଇପାରେ। ତେବେ ଛାତ୍ରମାନଙ୍କ ଦାବି ପରେ ଏଫ୍ଆଇଆର୍ ରୁଜୁ କରାଯାଇଛି ଏବଂ Special Investigation Team, SIT ଗଠନ ହୋଇଛି। CCTV, ଫରେନସିକ୍ ଏବଂ ଫୋନ୍ ଡାଟା ଯାଞ୍ଚ କରାଯିବ ବୋଲି ଜଲନ୍ଧର DIG ନବୀନ ସିଙ୍ଗଲା କହିଛନ୍ତି।