ସାଉଥ୍ ଅଭିନେତ୍ରୀ ଚିତ୍ରାଙ୍କ ସ୍ୱାମୀ ଗିରଫ; ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ

ହାଇଦ୍ରାବାଦ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ତଥା ଭିଜେ ଚିତ୍ରାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ସ୍ୱାମୀ ହେମନାଥଙ୍କୁ ଗିରଫ କରିଛି । ଡିସେମ୍ୱର ୯ ତାରିଖରେ ଏକ ହୋଟେଲ ରୁମରୁ ଚିତ୍ରାଙ୍କ ମୃତଦେହ ମିଳିଥିଲା।

ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଥିବା ବେଳେ ଏବେ ତାଙ୍କୁ ସ୍ୱାମୀ ହେମନାଥ ଆତ୍ମହତ୍ୟା କରିବା ଲାଗି ଉସୁକାଇଥିବା ଅଭିଯୋଗ ହୋଇଛି ।

୨୮ ବର୍ଷୀୟ ଚିତ୍ରା ଫେମସ୍ ଟିଭି ସିରିୟଲ୍ ‘ପାଣ୍ଡିଆନ୍ ଷ୍ଟୋର୍ସ’ରେ କାମ କରିଥିଲେ । ଯେଉଁଥିରୁ ତାଙ୍କୁ ଖୁବ୍ ଲୋକପ୍ରିୟତା ମିଳିଥିଲା ।

ପୋଲିସର କହିବାନୁଯାୟୀ ଟିଭି ସିରିୟଲରେ ଇଣ୍ଟିମେଣ୍ଟ ସିନ୍ କରିବା ହେମନାଥଙ୍କୁ ପସନ୍ଦ ନଥିଲା । ଏପରିକି ରିୟାଲିଟି ଶୋରେ ମଧ୍ୟ ଚିତ୍ରା କାମ କରନ୍ତୁ ବୋଲି ସେ ଚାହୁଁନଥିଲେ । ଯେଉଁଥିପାଇଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହେଉଥିଲା ।

ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ଚଳିତ ଅଗଷ୍ଟ ମାସରେ ତାଙ୍କର ବ୍ୟବସାୟୀ ହେମନାଥଙ୍କ  ସହ ନିର୍ବନ୍ଧ ହୋଇଥିଲା ।

Leave a Reply