କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଏହି ବିଶ୍ବ ରେକର୍ଡ ଅର୍ଜନ କଲେ ବିରାଟ କୋହଲି

1 min read

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଏମ.ଚିନାସ୍ବାମୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଚଳିତ ଆଇପିଏଲର ୧୦ ନମ୍ବର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବାଙ୍ଗାଲୋରକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା । ଯଦିଓ ବାଙ୍ଗାଲୋର ଏହି ମ୍ୟାଚରେ ହାରିଥିଲା ତଥାପି କୋହଲି ଏହି ମ୍ୟାଚରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି । ବିରାଟ କୋହଲିଙ୍କ ପାଖରେ ଏବେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି । କୋଲକାତା ବିପକ୍ଷରେ କୋହଲି ୮୩ ରନର ଅପରାଜିତ ପାଳି ଖେଳିଥିଲେ । ସେ ତିନୋଟି ମ୍ୟାଚରେ ୧୪୧.୪ ଷ୍ଟ୍ରାଇକ ରେଟ ହାରରେ ୧୮୧ ରନର ସ୍କୋର କରିଛନ୍ତି । ଯେଉଁଥିରେ ୭ଟି ଛକା ଏବଂ ୧୫ଟି ଚୌକା ରହିଛି । ଏହାସହ କୋହଲି ଗୋଟିଏ ଷ୍ଟାଡିୟମରେ ଟି-୨୦ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଅର୍ଜନ କରିଛନ୍ତି ।

ଗୋଟିଏ ଷ୍ଟାଡିୟମରେ ଟି-୨୦ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ବାଲାଂଦେଶର ମୁସ୍ତାଫିଜର ରେହେମାନଙ୍କ ନାମରେ ରହିଥିଲା । ସେ ମିରପୁର ଷ୍ଟାଡିୟମରେ ୩୨୩୮ ରନ କରିଛନ୍ତି । ତେବେ ବିରାଟ ଚିନାସ୍ବାମୀ ଷ୍ଟାଡିୟମରେ ୩୨୪୩ ସ୍କୋର କରିଛନ୍ତି । ଅନ୍ୟପଟେ ଓପନର ବ୍ୟାଟ୍ସମ୍ୟାନଭାବେ କୋହଲି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ଚିନାସ୍ବାମୀ ଷ୍ଟାଡିୟମରେ ଓପନର ବ୍ୟାଟ୍ସମ୍ୟାନଭାବେ ୧୫୮୦ ରନ କରିଛନ୍ତି । ଏହା ପୂର୍ବରୁ କ୍ରିସ୍ ଗେଲ ଓପନର ବ୍ୟାଟ୍ସମ୍ୟାନଭାବେ ଏଠାରେ ୧୮୬୧ ରନର ରେକର୍ଡ ରହିଥିଲା ।