ମୋଦିଙ୍କୁ କହିଥିଲେ ଏମିତି, ପରାଜୟ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି କେଜ୍ରିଓ୍ବାଲଙ୍କ ଭିଡିଓ
1 min readନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆପର ଶୋଚନୀୟ ପରାଜୟ ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କେଜ୍ରିଓ୍ବାଲ ଏହି ଭିଡିଓରେ କହିଛନ୍ତି କି, ଆପକୁ ହରାଇବା ପାଇଁ ବିଜେପି ବହୁ ଯୋଜନା କରିଛି । କିନ୍ତୁ ଦିଲ୍ଲୀରେ ଏଇ ଜନ୍ମରେ ମୋଦି କେବେ ଆପକୁ ହରାଇ ପାରିବେ ନାହିଁ । ଜେଲରେ ଥାଇ ମଧ୍ୟ ଆପ ଜିତିବ । ଯାହାର ଭିଡିଓଟି ସୋସିଆଲ ମିଡିଆରେ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି । ଏବଂ କିଛି ୟୁଜର୍ସ ଅଜବ ଅଜବ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ରାବଣର ଗର୍ବ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଆଜି କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ କେଜ୍ରିଓ୍ବାଲ କହିଥିଲେ କି, ଯଦି ଆମେ ଦୁର୍ନିତୀ ଗ୍ରସ୍ତ ବୋଲି ଭାବୁଛନ୍ତି ତାହେଲେ ଆମକୁ ଭୋଟ ଦିଅନ୍ତୁ ନାହିଁ । ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
https://www.instagram.com/arvindkejriwal/?utm_source=ig_embed&ig_rid=ca7577c5-6d38-4f48-a045-af10ac4f3c5f