ସମାଜସେବୀ ଓ ସେନା ଅଧିକାରୀଙ୍କୁ ଗାଁ ଲୋକଙ୍କ ଆକ୍ରମଣ

ଢେଙ୍କାନାଳ: ମହିଳା ସମାଜସେବୀ ଓ ସେନା ଅଧିକାରୀଙ୍କୁ ଗାଁରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଲୋକେ । ଢେଙ୍କାନାଳ ସିଆରିଆ ଗାଁ ତଇଲା ସାହିରେ ଗତ ୨୪ ତାରିଖରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣରେ ମହିଳା ସେମାଜସେବୀ ଯାଜ୍ଞସେନୀ ଜେନା ଗୁରୁତର ହୋଇଥିବା ବେଳେ ସ୍ୱାମୀ ଓ ପୁଅ ସାମାନ୍ୟ ଆହତ ହୋଇଛନ୍ତି । ଜାଜ୍ଞସେନୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ୬ ଜଣଙ୍କ ନାଁରେ ସଦର ଥାନାରେ ଅଭିଯୋଗ କରାଇଥିଲେ ମଧ୍ୟ ପୋଲିସ କାହାରିକୁ ଧରି ନାହିଁ ।

ସେପଟେ ଯାଜ୍ଞସେନୀ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପଳ । ସୂଚନା ଅନୁସାରେ ତଇଲା ସାହିରେ ସମାଜ ସେବୀଙ୍କ ଫାର୍ମ ହାଉସ ରହିଛି । ଫାର୍ମ ହାଉସକୁ ସଂଯୋଗ କରୁଥିବା ଗୋଟିଏ ଡ୍ରେନରେ ସ୍ଲାପ ପକାଇବାକୁ ଯାଇଥିଲେ ଯାଜ୍ଞସେନୀ । କିନ୍ତୁ ଏହି କାର୍ଯ୍ୟକୁ ବିରୋଧ କରୁଥିଲେ ଗାଁ ଲୋକେ  । ଅନ୍ୟପଟେ ଗ୍ରାମବାସୀଙ୍କ ବିରୋଧକୁ କର୍ଣ୍ଣପାତ କରିନଥିଲେ ସମାଜସେବୀ ଜଣଙ୍କ । ଯାହା ଫଳରେ ଗାଁ ଲୋକେ ଉତ୍ୟକ୍ତ ହୋଇ  ଆକ୍ରମଣ କରିଥିବା ଜଣାପଡିଛି  ।