‘ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’
ଭୁବନେଶ୍ବର: ଲୋକଙ୍କୁ ମିଳିବ ତ୍ବରିତ ନ୍ଯାୟ । ଏଥିପାଇଁ ରାଜ୍ଯ ସରକାର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେବ । ଏମିତି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଲୋକଙ୍କ ଦୁଆର ମୁହଁରେ ନ୍ଯାୟ ପହଞ୍ଚାଇବା ଲକ୍ଷ୍ଯ ନେଇ ସରକାର ଏହି ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ବ୍ଲକରେ ଖୋଲିବ । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ ବୋଲି ଆଶା ଥିବା କହିଛନ୍ତି ପୃଥ୍ବୀରାଜ ।