spot_img

Latest Posts

ବହିଷ୍କୃତ ତଥା ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସର ବହିଷ୍କୃତ ତଥା ଗିରଫ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ୫ଜଣିଆ ଟିମ୍। ପ୍ରସନ୍ନଙ୍କ କଳ୍ପନା ଛକରେ ଥିବା ନିଜ ସରକାରୀ କ୍ୱାର୍ଟର ଏବଂ ଏହା ସମ୍ପ୍ରସାରଣ ବିଲଡିଂ, ଡୁମଡୁମାଠାରେ ଥିବା ସ୍ପାର୍କ ଫର୍ନିଚର ପ୍ରାଇଭେଟ୍ ଲିମିଟେଡ୍, ରାଜଧାନୀର ଲିଙ୍ଗପୁରର ସନ୍ଥବିହାରରେ ଥିବା ଫର୍ନିଚର ୱାର୍କସପ୍, ପାତ୍ରପଡ଼ାଠାରେ ଥିବା ସାଉଥ୍ ସିଟି ବାର୍ ଏବଂ ତାଙ୍କର ଖୋର୍ଦ୍ଧା ଜିଲ୍ଲାର ନୂଆପଡ଼ାରେ ଥିବା ଦୁଇମହଲା ବିଶିଷ୍ଟ ପୈତୃକ ଘରେ ଏହି ଚଢ଼ାଉ ଚାଲିଛି। ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀଙ୍କ ନେତୃତ୍ୱରେ ୫ଟି ଟିମ୍ ଏହି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଚଢ଼ାଉରେ ୨ ଡିଏସପି ଓ ୫ ଇନସ୍ପେକ୍ଟର ସାମିଲ ହୋଇଛନ୍ତି। ମନୀଷ ଅନୁରାଗ ହତ୍ୟା ମାମଲା ଏବଂ ପୂର୍ବରୁ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ସାଉଥ୍ ସିଟି ହୋଟେଲ୍ ଓ ବାର୍ ଚାଲାଇଥିବା ଅଭିଯୋଗରେ ପ୍ରସନ୍ନ ବେହେରାଙ୍କୁ ଗିରଫ ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଏହାସହ ହୋଟେଲରେ ରେଡ୍ ବେଳେ ଜବତ ହୋଇଥିଲା ବିପୁଳ ମଦ।

Latest Posts

Don't Miss