ବମିଖାଲ ଓ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ମିଳିଲା ବାହାର ରାଜ୍ୟର ଲିଙ୍କ୍‌: ସାମାଜିକ ସଂକ୍ରମଣ ହୋଇନଥିବା ଆଶା

ଭୁବନେଶ୍ୱର: ସୂର୍ଯ୍ୟନଗର ଓ ବମିଖାଲରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମିଲିଲା ବାହାର ରାଜ୍ୟର ଲିଙ୍କ୍‌ । ଏଥିସହିତ ରାଜ୍ୟରେ ସାମାଜିକ ସଂକ୍ରମଣ ହୋଇଥିବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ଥମିଯାଇଛି । ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ପରିବାରର ଜଣେ ସଦସ୍ୟ ନିକଟ ଅତୀତରେ କଲିକତାକୁ ଯାଇଥିଲେ । ସେ ସେଠାରେ ୪ ଦିନ ରହିଥିଲେ । ତେବେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେହିପରି ଗତକାଲି ବମିଖାଲ ଅଞ୍ଚଳରେ ୩ ଭାଇ ପଜିଟିଭ ଚିହ୍ନଟ ହୋଇଥିଲେ । ଏବଂ ଭୋପାଳରେ ରହୁଥିବା ତାଙ୍କ ବାପା ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ମ୍ୟୁନସିପାଲଟି କମିଶନର କମିଶନର ପ୍ରେମଚାନ୍ଦ ଚୌଧୁରୀ । ଏହି ୨ କେସ୍‌ ଅନ୍ୟ ରାଜ୍ୟର ଲିଙ୍କ୍‌ ସ୍ଥାପନ ହୋଇଥିବାରୁ ଲୋକେ ଆତଙ୍କିତ ହେବାର କୌଣସି ଆବଶ୍ୟକ ନଥିବା କହିଛନ୍ତି ପ୍ରେମଚାନ୍ଦ ଚୌଧୁରୀ । ତେବେ ବାହାର ରାଜ୍ୟର ଲିଙ୍କ୍‌ ଥିବା ସତ୍ତ୍ୱେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳ ବର୍ତ୍ତମାନ ପାଇଁ ସରକାରଙ୍କ ନିୟମନ୍ତ୍ରଣରେ ରହିବ । ପୁରୀରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ରୋଗୀ ଜଣଙ୍କ ନିକଟ ଅତୀତରେ ଦିଲ୍ଲୀରୁ ଫେରିଛନ୍ତି । ତେବେ ସେ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସ୍‌ରେ ପୋଷ୍ଟ ମ୍ୟାନ୍‌ ହିସାବରେ କାମ କରୁଥିଲେ । ସେ ଗତ କିଛି ଦିନ ମଧ୍ୟ ଲୋକଙ୍କୁ ଡାକ ମଧ୍ୟ ଦେଇଛନ୍ତି । ଯେଉଁ ଲୋକମାନେ ତାଙ୍କ ଠାରୁ ଡାକ ଗ୍ରହଣ କରିଛନ୍ତି ସେମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର । ଏଥିସହିତ କରୋନା ସମ୍ପର୍କିତ କୌଣସି ଲକ୍ଷଣ ଦେଖାଗଲେ ୧୦୪ ନମ୍ୱରରେ କଲ୍ କରି ନିଜ ନାମ ରେଜିଷ୍ଟ୍ରର କରାଇବା କହିଛନ୍ତି ପ୍ରେମଚାନ୍ଦ ଚୌଧୁରୀ ।

Leave a Reply