ବାଧ୍ୟତାମୂଳକ ନୁହେଁ କରୋନା ଟିକା: ମେଘାଳୟ ହାଇକୋର୍ଟ

1 min read

ନୂଆଦିଲ୍ଲୀ: ଜବରଦସ୍ତି ଟିକା ଦେବା ଦ୍ୱାରା କ୍ଷୁର୍ଣ୍ଣ ହେଉଛି ଲୋକଙ୍କ ମୌଳିକ ଅଧିକାର । ବାଧ୍ୟ କରି ଲୋକଙ୍କୁ କରୋନା ଟିକା ଦେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମେଘାଳୟ ହାଇକୋର୍ଟ । ବାଧ୍ୟତାମୂଳକ ଭାବେ ଟିକାକରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି । ସମ୍ବିଧାନର ଧାରା ୧୯ -୧- G ଅନୁସାରେ କାହାରିକୁ ଜୋରଜବରଦସ୍ତି ଟିକା ଦିଆଯିବା ମାନବିକ ଅଧିକାରର ଉଲ୍ଲଂଘନ ।

ଟିକା ନେବାକୁ ରାଜି ହେଉ ନଥିବା ଲୋକଙ୍କୁ ଏହାର ସୁଫଳ ସମ୍ପର୍କରେ ବୁଝାଇବା ଆବଶ୍ୟକ । କାହାକୁ ଟିକା ନେବାକୁ ବାଧ୍ୟ କରାଯାଇପାରିବ ନାହିଁ । ମେଘାଳୟରେ ପୁନର୍ବାର ଦୋକାନ ଖୋଲିବାକୁ ବା ଟ୍ୟାକ୍ସି ଚଳାଇବାକୁ ହେଲେ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଏହାକୁ ବିରୋଧ କରି କୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଟିକାକରଣ ସମ୍ପର୍କରେ ନାଗରିକମାନଙ୍କୁ ବିସ୍ତାର ଭାବେ ବୁଝାଇବା ଅଧିକାରୀଙ୍କ ଦାୟିତ୍ବ ।

ଏହାସହ ଟିକାକରଣକୁ ନେଇ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ  ପାଇଁ ମେଘାଳୟ ହାଇକୋର୍ଟଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଏହାସହ ମହାମାରୀ କାଳରେ ଟିକା ନେବା ପାଇଁ ଲୋକଙ୍କୁ ସଚେତନ କରାଯିବା ଦରକାର ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବିଶ୍ବନାଥ ସୋମାଦ୍ଦର ଓ ଜଷ୍ଟିସ୍ ଏଚ୍ ଏସ୍ ଥଙ୍ଗକ୍ୟୁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

Leave a Reply