ରାସ୍ତାକଡର ଉଠା ବ୍ୟବସାୟୀ ସାଜିଲେ ପାରାସୁଟର ଦିଲରାଜ କୌର

ଡେରାଡୁନ: ସ୍ୱପ୍ୱକୁ ସତ କଲେ । ଭାରତର ତ୍ରିରଙ୍ଗାକୁ ବିଶ୍ୱ ଆଗରେ ଉଡ଼ାଇଲେ ।  କିନ୍ତୁ ଆଜି ପାର୍କ ଆଗରେ ସାଜିଛନ୍ତି ଉଠା ବ୍ୟବସାୟୀ  ।ଗରିବୀ ଘରେ ଜନ୍ମ ହୋଇଥିବା ଝିଅ ଟି ନିଜ ଆକାଂକ୍ଷାକୁ ଅଟକାଇନି  । ବଂର ଆକାଶରେ ଉଡ଼ାଇଛି  । ବହୁ ସୁନାମ ଏବଂ ସମ୍ମାନ ଏ ଦେଶକୁ ଦେଇଛି  । କିନ୍ତୁ ଆଜିର ଦୃଶ୍ୟ ସତରେ ବିଚଳିତ କଲାଭଳି  ।  ଦିନେ ହାତରେ ବନ୍ଧୁକ ଧରି ପାରାସୁଟରେ ଅଭ୍ୟସ୍ତ ଥିବା ଝିଏ ଆଜି ରାସ୍ତାକଡରେ ବିକୁଛି ସ୍ନାକ୍ସ ଏବଂ ଚିପ୍ସ  । ଦିନେ ସୁନା ପଦକ ଭେଟି ଦେଉଥିବା ଝିଅ ଆଜି ସଂସାର ନାଆରେ ଅସ୍ତବ୍ୟସ୍ତ ହୋଇପଡିଛି  । ଉତ୍ତରାଖଣ୍ଡର ପାରାସୁଟର ଦିଲରାଜ କୌରଙ୍କ ଖବର ଆଜି ଶୀର୍ଷକ ସାଜିଛି  ।

ଡେରାଡୁନର ଏକ ପାର୍କ ପାଖରେ ଦିଲରାଜ କୌର କେଇଟି ସ୍ନାକ୍ସ ଏବଂ ଚିପ୍ସ ବିକ୍ରି କରୁଥିବା ଦେଖିବାକୁ ମିଳିଛି  । ୨୦୦୪ ମସିହରୁ ପାରାସୁଟିଙ୍ଗ ଆରମ୍ଭ କରିଥିବା କୌର ୨୪ ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ଏବଂ ତିନୋଟି ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି  । ଅନେକ ଜାତୀୟ ସମ୍ମାନର ଅଧିକାରୀ ହୋଇଥିବା ଏହି କ୍ରୀଡ଼ାବିତଙ୍କ ଅସହାୟତା ଅସମ୍ଭାଳ ହୋଇଛି  । ସରକାରଙ୍କ ପାଖରେ ନିଯୁକ୍ତିର ଗୁହାରୀ ମାଗି ମାଗି ଥକିଯିବା ପରେ ସେ ଆଜି ଏପରି ବ୍ୟବସାୟ କରିବାର ନିଷ୍ପତି ନେଇଛନ୍ତି  । ଏବଂ ନିଜର ଦୁଃଖକୁ ବଖାଣିଛନ୍ତି  । ତାଙ୍କ ବାପାଙ୍କର କିଛି ଦନି ତଳେ ଅର୍ଥ ଭାବରୁ ଦେହାନ୍ତ ହୋଇଥିବା ବେଳେ ଭାଇର ମଧ୍ୟ ମୃତ୍ୟୁ ଘଟିଛି  ।

ସେ କହିଛନ୍ତି ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କର ଚିକିତ୍ସା ଭଲରେ କରିପାରିଲେ ନାହିଁ  । ସରକାରଙ୍କ ପାଖରେ ନିବେଦନ କରିଥିଲେ ମଧ୍ୟ ସରକାର ସୁଣିଲେ ନାହିଁ  । ସେପଟେ ବାପା ଭାଇଙ୍କର ମୃତ୍ୟୁ ପରେ ପ୍ରାୟ ୨୦ ମାସ ହେବ ନିଜେ ଏବଂ ପରିବାର ଚଳାଇବା ତାଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି  । ତେଣୁ ସରକାର ତାଙ୍କ ଅଭିଯୋଗକୁ ଶୁଣିବାରେ ଆଖିବୁଜିଦେଇଛନ୍ତି ଏବଂ ଆଜି ପରିସ୍ଥିତି ତାଙ୍କୁ ଏ ଜାଗାରେ ବସାଇଛି ବୋଲି କହିଛନ୍ତି ଦିଲଜିତ କୌର  ।

 

 

Leave a Reply