ଉତ୍ତରାଖଣ୍ଡ ପାଇଁ ଦୁଃଖ ଆଣିଲା ମୌସୁମୀ, ଦେଖାଦେଲାଣି ବନ୍ୟାସ୍ଥିତି

ଡେରାଡୁନ: ଉତ୍ତରାଖଣ୍ଡ ପାଇଁ ଦୁଃଖ ଆଣିଲା ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ହିମାଳୟ ପାଦ ଦେଶରେ ଥିବା ଉତ୍ତରାଖଣ୍ଡରେ ବନ୍ୟା ସ୍ଥିତି ଦେଖାଦେଇଛି । ପାଣିପାଗ ବିଭାଗ ମଧ୍ୟ କିଛି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛି । ଚମୋଲି, ପିଥୋରାଗଗଡ଼, ବାଗେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ ରେଡ ଆଲର୍ଟ ଜାରି କରାଯାଇଛି । ରୁଦ୍ରପ୍ରୟାଗ, ନୈନିତାଲ, ଚମ୍ପାବତରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଏବେ ଅଣାୟତ । କରୋନା ସଂକ୍ରମଣ କମିଥିବାରୁ ରାଜ୍ୟ ବାହାରୁ ପର୍ଯ୍ୟଟକ ସଂଖ୍ୟା ବଢିବାରେ ଲାଗିଛି । ଏ

ଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିପଦ ସଙ୍କେତ ଉପରେ ବହୁଥିବା ନଦୀ ପାଖକୁ ଯିବା ପାଇଁ ମନା କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ଅଳକାନନ୍ଦା ନଦୀରେ ଜଳସ୍ତର ଅଚାନକ ବଢି ଜନବସତି ଆଡ଼କୁ ମାଡି ଆସିଛି ବନ୍ୟାଜଳ । ଛୋଟ ଛୋଟ ମନ୍ଦିର ଉପରେ ନଦୀଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ରାଜଧାନୀ ଡେରାଡୁନ୍‌ରେ ମଧ୍ୟ ସ୍ଥିତି ସାଂଘାତିକ । ଗୁରୁବାର ରାତିରୁ ଅନବରତ ବର୍ଷା ହେଉଛି ।

Leave a Reply