ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାଂଘାତିକ ଚିତ୍ର: ଓଟିରୁ ମିଳିଲା ବିୟର ବୋତଲ, ବିନା ଲାଇସେନ୍ସରେ ଚାଲିଛି ହସ୍ପିଟାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ଚାଲୁଥିବା ଘରୋଇ ହସ୍ପିଟାଲ ଗୁଡ଼ିକର ସାଂଘାତିକ ସତ ଏବେ ସାମ୍ନାକୁ ଆସିଛଇ । ଜିଲ୍ଲା ପ୍ରଶାସନ ଚଢ଼ାଉ ପରେ ଏଠାରେ ଲୋକଙ୍କ ଜୀବନ ସହ ଖେଳାଯାଉଥିବା ଜଣାପଡ଼ିଛି । ହସ୍ପିଟାଲ ଗୁଡ଼ିକରେ ଡାକ୍ତର ନଥିବା ବେଳେ ସେଠାରେ ଉପସ୍ଥିତ ଥିବା ଷ୍ଟାଫ୍ ନର୍ସଙ୍କ ଠରେ ମଧ୍ୟ କୌଣସି ପ୍ରକାର ତାଲିମ ପ୍ରମାଣପତ୍ର ମଧ୍ୟ ନାହିଁ । ଲକ୍ଷ୍ମୌ ଜିଲ୍ଲା ପ୍ରଶାସନ ପକ୍ଷରୁ ଥରକେ ୪୫ଟି ହସ୍ପିଟାଲରେ ଚଢ଼ାଉ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଛି ।

ଚଢ଼ାଉକାରୀ ଦଳକୁ ଯାଞ୍ଚ ବେଳେ ଅପରେସନ୍‌ ଥିଏଟରେ କୌଣସି ଡାକ୍ତରଙ୍କୁ ଦେଖିବାକୁ ପାଇନଥିଲେ । ଏଥିସହିତ ଅପରେସନ୍‌ ଥିଏଟରରେ ଥିବା ଫ୍ରିଜ୍‌ରେ ଔଷଧ ବଦଳରେ ବିୟର ବୋତଲ ଦେଖିବାକୁ ପାଇଥିଲେ । ଅଧିକାଂଶ ହସ୍ପିଟାଲ ବିନାର ରେଜିଷ୍ଟ୍ରେସନ୍‌ରେ ଚାଲିଥିବା ବେଳେ କେତେକଙ୍କ ଲାଇସେନ୍ସ ଅବଧି ମଧ୍ୟ ସରିଯାଇଥିଲା ।

ସୋମବାର ସ୍ୱାସ୍ଥ୍ୟ ବିଭାଗ ଏବଂ ଲକ୍ଷ୍ଣୌ ଜିଲ୍ଲା ପ୍ରଶାସନର ୬ଟିମ୍ ଚଢ଼ାଉ କରିଥିବା ଅଧିକାଂଶ ହସ୍ପିଟାଲଙ୍କ ନିକଟରେ ଲାଇସେନ୍ସ ମିଳିନଥିଲା । କାହାର ଲାଇସେନ୍ସ ଏକ୍ସପାୟର ହୋଇସାରିଥିଲା ତ ଆଉ କେଉଁଠାରେ ଡାକ୍ତର ନଥିଲେ । ଆଉ ଏକ ହସ୍ପିଟାଲରେ ବିଏସ୍‌ସି ପାସ୍ ରୋଗୀଙ୍କ ଚିକିତ୍ସା କରୁଥିଲେ ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସୋମବାର ତୁଲସି ଆଣ୍ଟ ଟ୍ରମା କେୟାର ସେଣ୍ଟରରେ ଚଢ଼ାଉ କରିଥିଲେ, ଏହି ସମୟରେ ଟ୍ରାମା ସେଣ୍ଟରେ ଥିବା ଚାରି ଆଇସିୟୁ ବେଡ୍‌ରେ ଚଢ଼ାଉ କରିଥିଲେ ସେଠାରେ ମଧ୍ୟ ଡାକ୍ତର ନଥିଲେ । ଏଠାକାର ଅପରେସନ୍ ଥିଏଟେର (ଓଟି)ର ଫ୍ରିଜ୍‌ରେ ବିୟର ବୋତଲ ରଖାଯାଇଥିଲା । ଏଥିସହିତ ଟ୍ରମା କେୟାର ସେଣ୍ଟର ଲାଇସେନ୍ସ ଅବଧି ମଧ୍ୟ ସରିଯାଇଥିବା ଦେଖିବାକୁ ମିଳିଥିଲା ।

ଚଢ଼ାଉ ସମୟରେ ମଡର୍ଣ୍ଣ ହସ୍ପିଟାଲ ମେଟରନିଟି ଆଣ୍ଡ ଟ୍ରମା ସେଣ୍ଟରରେ ଆଇସିୟୁ ବେଡ୍ ମିଳିଥିଲା କିନ୍ତୁ ଏକ୍ସରେ ଏବଂ ଏମରଜେନ୍ସି ସୁବିଧା ନଥିଲା । ଡାକ୍ତର ତ ଥିଲେ ଷ୍ଟାଫ୍ ନର୍ସଙ୍କ ନିକଟରେ ନର୍ସିଂ ଡିଗ୍ରୀ ମଧ୍ୟ ନଥିଲା । ଏହି ଭଳି ଭାବେ ନ୍ୟୁ ଏସିୟନ୍ ହସ୍ପିଟାଲ ଆଣ୍ଡ ଟ୍ରମା ସେଣ୍ଟରରେ ମଧ୍ୟ ଡାକ୍ତର ନଥିଲେ । ଏବଂ ବିଏସ୍‌ସି ଡିଗ୍ରୀଧାରୀ ହସ୍ପିଟାଲ ମାଲିକ ପ୍ରେମକୁମାର ବର୍ମା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲ ।

ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଚଢ଼ାଉ ପରେ ଜିଲାଧିକାରୀ ଅଭିଷେକ ପ୍ରକାଶଙ୍କ ନିର୍ଦ୍ଦେଶ ଉପରେ ସିଏମ୍‌ଓ ଡ ମନୋଜ ଅଗ୍ରଓ୍ୱାଲ୨୯ ହସ୍ପିଟାଲ ବିରୋଧରେ ନୋଟିସ ଜାରି କରାଯାଇଛି ସିଏମ୍‌ଓ ଡ. ମନୋଜ ଅଗ୍ରଓ୍ୱାଲ କହିଛନ୍ତି ଯଦି ହସ୍ପିଟାଲ ମ୍ୟାନେଜମେଣ୍ଟ ସନ୍ତୋଷଜନକ ଉତ୍ତର ନ ଦିଅନ୍ତି ତେବେ ଆଗକୁ ସିଜ୍ କରାଯିବ ।

ଏଥିସହିତ ପଢ଼ନ୍ତୁ: ସରିଲା ଶ୍ରୀଜିଉଙ୍କର ପହଣ୍ଡି କାର୍ଯ୍ୟକ୍ରମ, ବାଟରେ ମାଉସୀ ପାଖରୁ ପୋଡ଼ ପିଠା ଖାଇ ଯିବେ ଶ୍ରୀମନ୍ଦିର

Leave a Reply