ଭୋଟ୍ ଗଣନାକୁ ଆମେରିକାରେ ଝଡ଼, ଟ୍ରମ୍ପ କହିଲେ- କାଲି ଆଗରେ ଥିଲି, ଆଜି କେମିତି ପଛୁଆ ହେଲି

1 min read
US President Election Donald Trump Tweets Pollsters Got It Completely And Historically Wrong

ୱାଶିଂଟନ୍: ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଭୋଟ୍ ଗଣତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଭୋଟ୍ ଗଣତିରେ ଗଡ଼ବଡ଼ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ଗତକାଲି ଯେଉଁଠି ମୁଁ ଆଗୁଆ ଥିଲି ଆଜି କେମିତି ଅଚାନକ ପଛୁଆ ହୋଇଗଲି ।

ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି- ଗତ ରାତିରେ ଅଧିକାଂଶ ଡେମୋକ୍ରାଟିକ ପାର୍ଟି ଶାସିତ ରାଜ୍ୟରେ ଭୋଟ୍ ଗଣନାରେ ମୁଁ ଆଗୁଆ ଥିଲି । ପୁଣି ଯାଦୁ ଭଳି ଗୋଟିଏ ପରେ ଗୋଟିଏ ସ୍ଥାନରୁ ମୁଁ ଗାଏବ ହେବା ଆରମ୍ଭ ହୋଇ ଯାଇଥିଲା । ଅଚାନକ କେମିତି ଗଣନା ଖରାପ ହୋଇଗଲା । ଏହା ଆଶ୍ଚର୍ଯ୍ୟଜନକ । ଏକଜିଟ୍ ପୋଲ୍ ଐତିହାସିକ ଭାବେ ଭୁଲ୍ ସାବ୍ୟସ୍ତ ହେଉଛି । ସୂଚନାଯୋଗ୍ୟ- ଆମେରିକାରେ ଆଜି ଦ୍ୱିତୀୟ ବାର ଭୋଟ୍ ଗଣନା ଆରମ୍ଭ ହୋଇଛି । ମତଗଣନା ଆରମ୍ଭ ହେବା ପରେ ଟ୍ରମ୍ପ ଏମିତି ଟ୍ୱିଟ୍ କରି ବାଉଳି ହୋଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଏହା ପରେ ଆଉ ଏକ ଟ୍ୱିଚ୍ କରିଥିଲେ । ସେ କହିଥିଲେ- ସେ କୌଣସି ପୁରୁଷ ଭୋଟକୁ ଗଣିଲେ । ଏହା ନିଜର ପ୍ରଶତ ଓ ବିଧ୍ୱଂସକ କ୍ଷମତାଠାରୁ ବହୁତ ଭୟାନକ ହେବ । ସୂଚନାଯୋଗ୍ୟ- ଏବେ ବି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । କେତେକ ରାଜ୍ୟର ଫଳାଫଳ ଆସି ସାରିଛି । ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ଗଣତି ବେଳେ ଉଭୟ ପ୍ରାର୍ଥୀ ଜିତିବା ନେଇ ଦାବି କରିଛନ୍ତି । ଏହାରି ଭିତରେ କିଛି ରାଜ୍ୟରେ ଭୋଟିଂରେ ଏପେଟ ସେପଟ ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ଏବେ ଜୋ ବାଇଡେନଙ୍କୁ ୨୩୮ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୩ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଛି ।

ସ୍ପଷ୍ଟ ହୋଇନି ଚିତ୍ର

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚିତ୍ର ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଆମରେକିରା କେତେକ ରାଜ୍ୟରେ କଡ଼ା ମୁକାବିଲା ହେଉଛି । ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନକୁ କଡ଼ା ଟକ୍କର ଦେଉଥିବା ବେଳେ ଦୁହେଁ ଜିତିବା ନେଇ ଆଶାବ୍ୟକ୍ତ କରିଛନ୍ତି । ତେବେ, ଫଳାଫଳ ପୂର୍ବରୁ ଟ୍ରମ୍ପଙ୍କ ରାଗ ସାମନାରୁ ଆସିଛି । ସେ କହିଛନ୍ତି- ଆମେରିକାବାସୀଙ୍କୁ ଧୋକା ଦେବାକୁ ଚେଷ୍ଟା କରାଯାଉଛି । ଯାହା ବିପକ୍ଷରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବେ । ଅନ୍ୟପଟେ ଜୋ ବାଇଡେନ୍ ତାଙ୍କ ସମର୍ଥକଙ୍କୁ ଧୈର୍ଯ୍ୟ ରଖିବାକୁ ନିବେଦନ କରିଛନ୍ତି ।

Leave a Reply