ଆଫଗାନରେ ଆତଙ୍କ, ବିମାନ ବନ୍ଦର ନଯିବାକୁ ଆମେରିକାର ପରାମର୍ଶ

କାବୁଲ: ଆଫଗାନିସ୍ତାନର ବିମାନ ବନ୍ଦର ବାହାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା । ତୁରନ୍ତ କାବୁଲ ବିମାନବନ୍ଦର ଛାଡିବାକୁ ନିଜ ନାଗରିକଙ୍କୁ ସତର୍କ କରାଇଛି ଆମେରିକା । ଆମେରିକା ଦୂତାବାସରୁ ନିର୍ଦ୍ଦେଶ ନମିଳିଲା ଯାଏ ବିମାନବନ୍ଦର ନଆସିବାକୁ ପରାମର୍ଶ ଦିଆଯାଇଛି । କାବୁଲ ବିମାନବନ୍ଦରର ଆବେ, ଇଷ୍ଟ ଓ ନର୍ଥ ଗେଟରେ ଥିବା ଆମେରିକା ନାଗରିକଙ୍କୁ ତୁରନ୍ତ ବିମାନବନ୍ଦର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୬ହଜାର ଆମେରିକା ନାଗରିକଙ୍କ ମଧ୍ୟରୁ ୪ ହଜାର ୫ଶହ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟ ନାଗରିକ ମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି ଆମେରିକା । ଜି୭ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ପ୍ରତିଦିନ ଆମେରିକା ସୈନ୍ୟ ନୂଆ ନୂଆ ସମସ୍ୟାର ସାମନା କରୁଛି ।

ଏପରିକି ଆଇଏସଆଇଏସ ଖୋରାସନ ପକ୍ଷରୁ ଆକ୍ରମଣ ନେଇ ଚେତବନୀ ଦିଆଯାଉଥିବା କହିଛି ହ୍ବାଇଟ ହାଉସ । ସେପଟେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଜି କାବୁଲରୁ ଭାରତ ଫେରିଛନ୍ତି ୨୪ ଭାରତୀୟ ନାଗରିକ । ଅପରେସନ ଦେବୀ ଶକ୍ତିରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ୨୪ ଭାରତୀୟଙ୍କ ସହ ୧୧ ନେପାଳ ନାଗରିକ ମଧ୍ୟ ଭାରତ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬୨୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୨୨୮ଜଣ ଭାରତୀୟ ଥିବା ବେଳେ, ଅନ୍ୟମାନେ ଆଫଗାନର ହିନ୍ଦୁ ଓ ଶିଖ ସଂପ୍ରଦାୟର

Leave a Reply