ଗୁଡ୍ଡୁ ମୁସଲିମ ଲିଙ୍କ୍: ୟୁପି STF ଟିମ୍ ବରଗଡ଼ ଯାଇଥିବା ସ୍ପଷ୍ଟ କଲେ ପୋଲିସ ଡିଜି

1 min read

ଭୁବନେଶ୍ୱର: ଉତ୍ତରପ୍ରଦେଶ STF ଓଡ଼ିଶା ଆସିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ବରଗଡ଼ ଜିଲ୍ଲାକୁ ୟୁପି STF  ଟିମ୍ ଯାଇଥିବା ନେଇ ସୂଚନା ରହିଛି । ଏନେଇ ଓଡ଼ିଶା ପୋଲିସକୁ ୟୁପି ପୋଲିସ ସହାୟତା ମାଗିଥିଲା ବୋଲି କହିଛନ୍ତି ପୋଲିସ ଡିଜି । ରାଜ୍ୟ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସମନ୍ୱୟ ରହିଛି । ଓଡ଼ିଶା ପୋଲିସ ମଧ୍ୟ ଏହି ସମ୍ବେଦନଶୀଳ ଅପରାଧ ଘଟଣାରେ ୟୁପି ପୋଲିସକୁ ସହାୟତା କରୁଛି । ୟୁପି ପୋଲିସର କୌଣସି ଟିମ୍ ପୁରୀ ଯାଇନାହିଁ ବୋଲି କହିଛନ୍ତି ଡିଜିପି । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷରେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଅନ୍ୟପକ୍ଷରେ ଗୁଡ୍ଡୁ ମୁସଲିମର ବରଗଡ଼ ଲିଙ୍କ୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ IG ଦୀପକ କୁମାର । ଉତ୍ତରପ୍ରଦେଶ STFର ଏକ ଟିମ୍ ବରଗଡ଼ ଆସିଥିବା ସେ ସ୍ପଷ୍ଟ କରିଛନ୍ତି । STFର ୫ ଜଣିଆ ଟିମ୍ ବରଗଡ଼ ଆସିଥିଲେ । ୧୭ ଓ ୧୮ ଦୁଇ ଦିନ ବରଗଡ଼ରେ ରହି ଛାନବିନ୍ କରିଥିଲେ । ସୋହେଲା ଲୁହୁରାଚଟି ଯାଇ ରାଜା ଖାନକୁ କରିଥିଲେ ପଚରାଉଚରା । ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ସମ୍ପର୍କ ରହିଥିଲା । ସୋହେଲାରେ ରାଜା ଖାନର ବ୍ୟବସାୟ ରହିଛି । ପୂର୍ବରୁ ପୁରୀରେ ଗୁଡ୍ଡୁ ମୁସଲିମର ଲୋକେସନ STF ଠାବ କରିଥିଲା ବୋଲି କହିଛନ୍ତି ବରଗଡ଼ ଏସପି  ।