ନକଲି ପୋଲିସ ବାବୁଙ୍କ ଓଜନ ୧୮୦ କେଜି
1 min readଲକ୍ଷ୍ନୌ: ପେଟ ଅସଲି କିନ୍ତୁ ଖାକୀ ନକଲି । ପୋଲିସ ବାବୁଙ୍କ ଓଜନ ୧୮୦ କେଜି । ଜାତୀୟ ରାଜପଥରେ ଆଦାୟ କରନ୍ତି ଚାନ୍ଦା । ପରିଚୟ ଦିଅନ୍ତି ଥାନା ଅଧିକାରୀ । ନିଅନ୍ତି ବଡ଼ ଆକାରର ଫାଇନ୍ ।
ଉତ୍ତରପ୍ରଦେଶର ଟୁଣ୍ଡଲା ଥାନା ଅଧିକାରୀ ନାମରେ ନକଲି ପୋଲିସ ଅଧିକାରୀ । ଦେହରେ ନକଲି ଖାକୀ ପିନ୍ଧି, ଅସଲି ପଇସା ହାସଲ କରନ୍ତି । ଏଭଳି କଳା କାରନାମା ଧାରୀ ନକଲି ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଅସଲ ପୋଲିସ ପ୍ରସ୍ତୁତ କରିଥିଲା ପ୍ଲାନ । ରବିବାର ରଙ୍ଗେହାତ ମାଡ଼ି ବସିଥିଲା ପୋଲିସ । ଗିରଫ କରି ଜେଲ ପଠାଇଛି ଏହି ୧୮୦ କେଜିଆ ଫେକ ପୋଲିସ ବାବୁଙ୍କୁ ।
ये फर्जी #इंस्पेक्टर हैं, जिन्हें #फिरोजाबाद #पुलिस द्वारा पकड़ा गया है।
ये कहते हैं कि #टोल बचाने के लिए वर्दी पहनते थे।#Firozabad #UttarPradesh #India #Toll #Police #Fake pic.twitter.com/7flAWIr45C
— Gurmeet Singh ?? (@Gurmeet_Singhhh) October 3, 2022
ମିଳିଥିବା ସୂଚନା ଅନୁଯାୟୀ ହରମୋହନ ସିଂ ନାମରେ ଯୁବକ ପ୍ରତିଦିନ ଖାକୀ ବର୍ଦ୍ଦି ପିନ୍ଧିବା ସହ ସ୍ତାନୀୟ ଥାନାର ଇନସ୍ପେକ୍ଟର ପରିଚୟ ଦେଇ ଆସନ୍ତି । ଜାତୀୟ ରାଜପଥରେ ଠିଆ ହୋଇ ବଡ଼ ବଡ଼ ଗାଡି ଗୁଡ଼ିକୁ ଅଟକାଇ ଥାଆନ୍ତି । ଏମିତିକି ସେମାନଙ୍କୁ ଡରାଇ ଧମକାଇ ବଡ଼ ଆକାରରେ ଟଙ୍କା ଆଦାୟ କରିଥାନ୍ତି । ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ବାବୁଙ୍କ ଭିଡ଼ିଓ । ଯେଉଁଥିରେ ନକଲି ପୋଲିସ ବର୍ଦ୍ଦି ପିନ୍ଧି ଅଭିଯୁକ୍ତ କହୁଛି, ମୋ ନା ମୁକେଶ ଯାଦବ ଘର ଗାଜିଆବାଦ । ଠକାମୀ କରିବା ପଛର ଉଦେଶ୍ୟ ଟୋଲ ଫିରୁ ବଞ୍ଚିତ ରହିବା ବୋଲି ଉଲ୍ଲେଖ କରୁଛି ଯୁବକ ଜଣଙ୍କ ।
ଯେତେବେଳେ ଉକ୍ତ ଯୁବକ ବିଷୟରେ ଟୁଣ୍ଡଲା ପୋଲିସ ପାଖରେ ସୂଚନା ପହଁଚିଥିଲା , ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ରବିବାର ଗିରଫ କରିବା ସହ ଜେଲ୍ ପଠାଇଛି ପୋଲିସ । ପୋଲିସର କହିବା ମୁତାବକ ଗିରଫ ହୋଇଥିବା ଯୁବକର ଓଜନ ୧୮୦ କେଜି । ଗାଜିଆବାଦରେ ରହୁଥିବା ରାମକିଶାନ ଯାଦବଙ୍କ ପୁଅ ମୁକେଶ ଯାଦବ ।
ଅଭିଯୁକ୍ତ ପାଖରେ ଦୁଇଟି ଆଧାର କାର୍ଡ ରହିଥିବାବେଳେ, ୨ଟି ପ୍ୟାନ କାର୍ଡ , ପୋଲିସ ବର୍ଦ୍ଦି, ଫେକ୍ ଆଇ କାର୍ଡ , ଏଟିଏମ କାର୍ଡ ରହିଛି । ଏକ କାରରେ ପୋଲିସ ଅଧିକାରୀଙ୍କ ଫେକ୍ ଷ୍ଟିକର ଲଗାଇ ଆଦାୟ କରନ୍ତି ଅର୍ଥ । ପୋଲିସ କହିବା ମୁତାବକ ଅଭିଯୁକ୍ତ ସହ ଅନ୍ୟମାନେ ମଧ୍ୟ ସଂଶ୍ଲିଷ୍ଟ ରହିଛନ୍ତି । ପଚରାଉଚରା ପରେ ସତ ସାମ୍ନାକୁ ଆସିବ । ଏବଂ ସାଥି ଅଭିଯୁକ୍ତ ମାନଙ୍କୁ ଧରିବାର ପ୍ରୟାସ କରାଯିବ ।