ଓଡ଼ିଶାର ରୂପାନ୍ତର; ରାଜ୍ୟରେ ଘଟିଛି ବ୍ୟାପକ ବିକାଶ, କମିଛି ଅହେତୁକ ଦୁର୍ନୀତି

ଭୁବନେଶ୍ୱର:ଜାତି ନନ୍ଦିଘୋଷ କନକ୍ଲେଭର ଦ୍ୱିତୀୟ ସେସନରେ ପ୍ରସଙ୍ଗ ଥିଲା ‘ଓଡ଼ିଶାର ରୂପାନ୍ତର’ । ଏଥିରେ ଓଡ଼ିଶା ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତ୍ତିର୍କୀ ଭାଗ ନେଇଥିଲେ । ଓଡ଼ିଶାରେ ବିକାଶ ଓ ଦୁର୍ନୀତି ରୋକିବାରେ ତଥା ଓଡ଼ିଶାର କାୟାକଳ୍ପରେ ‘୫ଟି’ ର ଭୂମିକା କେମିତି ତାହା ଉପରେ ପ୍ୟାନେଲିଷ୍ଟ ନିଜ ମତ ରଖିଥିଲେ ।

ଓଡ଼ିଶା କେମିତି ରାତାରାତି ସ୍ପୋର୍ଟସ ହବ୍ ପାଲଟିଲା ତା ଉପରେ ମତ ରଖି ଦିଲ୍ଲିପ ତିର୍କୀ କହିଥିଲେ ଯେ, ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବ ଉଚିତ । ଓଡ଼ିଶାରେ ଖେଳିବାକୁ ସମସ୍ତେ ଚାହୁଁଛନ୍ତି । । ସୁନ୍ଦରଗଡରେ ୧୭ଟି ଆଷ୍ଟ୍ରୋଟଫ୍ ଅଛି । ଓଡ଼ିଶା ସରକାରଙ୍କ ଉଦ୍ୟମ କାରଣରୁ ଓଡ଼ିଶାରେ ହକିରେ ବହୁତ ସମ୍ଭାବନା ରହିଛି ।  ଓଡ଼ିଆ ଖେଳାଳୀଙ୍କ ଭବିଷ୍ୟତ ଉଜ୍ୱଳ ।

ଦୁର୍ନୀତି ବିରୋଧରେ ଓଡ଼ିଶାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ପ୍ରଶାସନକୁ ଲୋକାଭିମୁଖୀ ହେବା ଦିଗରେ ଦୁର୍ନୀତି ବାଧକ ।
ଦୁର୍ନୀତିକୁ ରୋକିବା ପାଇଁ ଗୋଟିଏ ଇକୋ ସିଷ୍ଟମ ଆବଶ୍ୟକ । ଯଦି ଜଣେ ହିତାଧିକାରୀ ସିଧାସଳଖ ସରକାରୀ ଯୋଜନାର ଲାଭ ନେଇ ପାରିବେ ତେବେ ଦୁର୍ନୀତି ରୋକାଯାଇ ପାରିବ । କାରଣ ହିତାଧିକାରୀ ଅଫିସ ଆସିଲେ ହିଁ ଦୁର୍ନୀତିର ଆଶଙ୍କା ରହିଛି । ଓଡ଼ିଶାର ରୂପାନ୍ତରଣରେ ୫ ଟି’ ର ଭୂମିକାକୁ ନେଇ ଏହା କହିଥିଲେ ଓଡ଼ିଶା ଉନ୍ନୟନ କମିଶନର ପ୍ରଦୀପ ଜେନା ।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠି ବିପର୍ଯ୍ୟୟ ମୁକାବିଲା ପାଇଁ ନୀତି ପ୍ରଣୟନ ହୋଇଥିଲା । ୨୦ ବର୍ଷ ଭିତରେ ବଦଳିଛି ଓଡ଼ିଶା । ଆଗରୁ ବାତ୍ୟା,ବନ୍ୟାର ମୁକାବିଲା ପାଇଁ ଆମେ ଅନ୍ୟ ଉପରେ ନିର୍ଭରଶୀଳ ଥିଲୁ । ଏବେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛୁ  । ସେହିପରି ନେତୃତ୍ୱର ଦୃଷ୍ଟିଭଙ୍ଗୀ କାରଣରୁ ଓଡ଼ିଶାର ରୂପାନ୍ତରଣ ହୋଇଥିବା କହିଛନ୍ତି । ନିଜ ପ୍ରଥମ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ,ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟ ।

ତେଣୁ ବନ୍ୟା ଓ ବାତ୍ୟା ଆସିବ । କିନ୍ତୁ ମୁଁ କୁଢ କୁଢ ମୃତଦେହ ଦେଖିବାକୁ ଚାହୁଁନାହିଁ । ଏଇଥିରୁ ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଦୃଢ ଦୃଷ୍ଟିଭଙ୍ଗୀ ଆପଣା ଯାଇଥିଲା । ଫଳରେ ଏବେ ଆମେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବାକି ରାଜ୍ୟ,ଏପରିକି ବିକଶିତ ଦେଶଙ୍କ ପାଇଁ ମଧ୍ୟ ଉଦାହରଣ ହୋଇପାରିଛୁ ବୋଲି ଜାତି ନନ୍ଦିଘୋଷ କଲକ୍ଲେଭରେ କହିଛନ୍ତି ଓଡ଼ିଶା ଉନ୍ନୟନ କମିଶନର ପ୍ରଦୀପ ଜେନା

Leave a Reply