ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ

1 min read

ଯାଜପୁର:  ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ । ପାଣିକୋଇଲି ଥାନା ବ୍ରଜନଗର ନିକଟରେ ନିର୍ମାଣାଧୀନ ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୬ ନଂ ଜାତୀୟ ରାଜପଥରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ପୋଲ ଭୁଶୁଡ଼ିବାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ୧୬ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ଦାୟିତ୍ୱ DBL ନାମକ ଏକ ଠିକା ସଂସ୍ଥା ହାତରେ ରହିଛି ।

ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ଅପରାହ୍ନରେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଥିଲା । ଅଘଟଣ ପରେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 3ମାସ ହେବ ସେଠାରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ସଟରିଂ କରାଯାଇଛି । ୟାସ୍ ବାତ୍ୟା ଯୋଗୁ ପାଣି ଜମି ରହିବା ଫଳରେ ବନ୍ୟା ସ୍ଥିତି ଦେଖାଦେଇଥିଲା । ପାଣି ଭିତରେ ଲୁହା ସଟରିଂଟି ରହିଥିବାରୁ ଏଥିରେ କଳଙ୍କି ଲାଗି ଭୁଶୁଡ଼ି ପଡ଼ିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave a Reply