ଆମେରିକାରେ ୟୁକ୍ରେନ ରାଷ୍ଟ୍ରପତି, ସହାୟତା ପାଇଁ ଜଣାଇଲେ କୃତଜ୍ଞତା

1 min read

ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି ।

ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି ୟୁକ୍ରେନ ବଞ୍ଚିଛି, ଲଢ଼ୁଛି ଏବଂ ଶେଷ ଯାଏଁ ଲଢ଼ିବ ବୋଲି ଜେଲେନ୍ସକି କହିଛନ୍ତି । ଋଷ ଆଗରେ ୟୁକ୍ରେନ କେବେବି ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ଋଷକୁ ଜୋରଦାର ଜବାବ ଦେବ ୟୁକ୍ରେନ । ଆଉ ୨ ଦିନ ପରେ ବିଶ୍ବ ପାଳିବ ଖ୍ରୀଷ୍ଟମାସ । ୟୁକ୍ରେନ ବି ଏହି ଉତ୍ସବ ପାଳିବ । ୟୁକ୍ରେନରେ ନା ବିଦ୍ୟୁତ ଅଛି ନା ପାଣି । ତଥାପି ଆମ ଭିତରେ ଥିବା ଆମ ଆତ୍ମବିଶ୍ବାସର ଉଜ୍ବଳତା ଆମ ଉତ୍ସବକୁ ଆହୁରି ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।

ଯଦି ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରେ, ୟୁକ୍ରେନ୍ ମଧ୍ୟ ତାର ଦମଦାର ଜବାବ ଦେବ ବୋଲି ଦୃଢ଼ତାର ସହ କହିଛନ୍ତି ଜେଲେନସ୍କି । ଋଷର ଅତ୍ୟାଚାର କରି ମଧ୍ୟ ଆମ ଉପରେ ନିୟନ୍ତ୍ରଣ ରଖିପାରିନାହିଁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ବର୍ଷେ ହେଲାଣି । ୨୦୨୧ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଯୁଦ୍ଧ ।