କବାଡିଖାନାରେ ଉଜ୍ଜ୍ୱଳା ସିଲିଣ୍ଡର, ଯୋଜନାର ଏଭଳି ଅବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ

ନୂଆଦିଲ୍ଲୀ: କବାଡିଖାନାରେ ଉଜ୍ଜ୍ୱଳା ସିଲିଣ୍ଡର । କେନ୍ଦ୍ର ସରକାର ସବୁଠୁ ଅଧିକ ପ୍ରଚାର କରୁଥିବା ଯୋଜନା ଉଜ୍ଜ୍ବଳା ଯୋଜନାର ଏଭଳି ଅବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ରନ୍ଧନ ଗ୍ୟାସ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବାରୁ ହିତାଧିକାରୀମାନେ ଉଜ୍ଜ୍ବଳା ଯୋଜନାରେ ମିଳିଥିବା ସିଲିଣ୍ଡର କବାଡ଼ିଆଙ୍କୁ ବିକ୍ରି କରିଦେଉଛନ୍ତି । ସୋସିଆଲ ମିଡିରେ ଭାଇରାଲ ହେଉଥିବା ଏହି ଭିଡିଓଟି ମଧ୍ୟପ୍ରଦେଶର । ଭିଣ୍ଡ ଜିଲ୍ଲାରେ ଥିବା ଏକ କବାଡ଼ିଖାନାରେ ଉଜ୍ଜ୍ବଳା ସିଲିଣ୍ଡର ଗଦା ହୋଇ ପଡ଼ିରହିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭିଡିଓକୁ ଟ୍ବିଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଜବଲପୁରରୁ ଉଜ୍ଜ୍ବଳା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଏହିଠାରୁ ଯୋଜନାର ଆରମ୍ଭ କରିଥିଲେ । ହେଲେ ଦରବୃଦ୍ଧି ପରେ ସ୍ଥିତି ଏଭଳି ହୋଇଛି ବୋଲି ଟ୍ବିଟ କରିଛନ୍ତି କମଲନାଥ ।

Leave a Reply