ଉଜ୍ଜୟିନୀ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦିଆଯିବ କଠୋର ଦଣ୍ଡ

1 min read

ଉଜ୍ଜୟିନୀ: ମଧ୍ୟପ୍ରଦେଶ ଉଜ୍ଜୟିନୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା । ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଲାଗି ଦାବି କରିଛନ୍ତି ଉଜ୍ଜୟିନୀ ବାର୍ ଆସୋସିଏସନ ସଭାପତି ଅଶୋକ ଯାଦବ । ସେ କହିଛନ୍ତି ଏପରି କୁତ୍ସିତ ଘଟଣାକୁ କଠୋର ହସ୍ତରେ ଦମନ କରିବା ଆବଶ୍ୟକ । ସେପଟେ ପୀଡ଼ିତାଙ୍କ ବାପା କହିଛନ୍ତି- ଗତ 24 ତାରିଖରେ ତାଙ୍କ ଝିଅ ପରୀକ୍ଷା ଦେବାକୁ ସ୍କୁଲକୁ ଯାଇଥିଲା । ହେଲେ ଫେରି ନଥିଲା । ତେବେ ଉଜ୍ଜୟିନୀରେ ସେ ଦୁଷ୍କର୍ମର ଶିକାର ହୋଇ ଚାଲି ଚାଲି ଯାଉଥିବାର ଭିଡିଓ ନାବାଳିକାର ମାମୁଁ ଦେଖାଇବା ପରେ ସେ ସମସ୍ତ ଘଟଣା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ବାପା ।

ସତନା ଜିଲ୍ଲା ନିବାସୀ ଥିବା ନାବାଳିକାର ବାପା କହିଛନ୍ତି-ତାଙ୍କ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଘରଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ସ୍କୁଲକୁ ଯିବା ବେଳେ ଏହି ଘଟଣା ଘଟିଥିଲା । ପିଲାଟି ସେହିଦିନ ଘରକୁ ନ ଆସିବା ଯୋଗୁଁ ପରଦିନ ପରିବାର ଥାନାରେ ଏତଲା ଦେଇଥିଲେ । ପୋଲିସର କହିବା କଥା ଜୀବନ ଖେରିରେ ନାବାଳିକାଟି ଅଟୋରେ ବସିଥିଲା । ପରେ ତାକୁ ରକ୍ତାକ୍ତ ଅବସ୍ଥାରେ ଦାଣ୍ଡି ଆଶ୍ରମ ନିକଟରେ ଛାଡିଦିଆଯାଇଥିଲା । ଏହି ଘଟଣାରେ ଗିରଫ ହୋଇଛନ୍ତି ଜଣେ ଅଟୋ ଚାଳକ । ଉଜ୍ଜୟିନୀରେ ଏକ ଆଶ୍ରମର ବାବା ଦୟାପରବଶ ହୋଇ ନାବାଳିକାଙ୍କ ସେବା ଶ୍ରୁଶ୍ରୂଷା କରିବା ସହ ହସ୍ପିଟାଲକୁ ନେଇଥିଲେ ।