ଭୁବନେଶ୍ୱରରେ ଟ୍ୟାପ୍ ପାଣି ପିଇଲେ ତାମିଲନାଡୁ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ସ୍ୱଚ୍ଛ ପାଣି ପିଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ । ଡ୍ରିଙ୍କ ଫ୍ରମ ଟ୍ୟାପ ଜରିଆରେ ଭୁବନେଶ୍ୱରରେ ପହଁଚୁଥିବା ପାଣିକୁ ପିଇଛନ୍ତି କ୍ରୀଡ଼ାମନ୍ତ୍ରୀ  । ସାଧାରଣ ଲୋକଙ୍କୁ ସ୍ୱଚ୍ଛ ପାଣି ଦେବାରେ ରାଜ୍ୟ ସରକାରଙ୍କ ଅବଦାନ ଅତୁଳନୀୟ  । ସରକାର ସମସ୍ତଙ୍କ ପାଖରେ ପହଁଚିବାର ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି  । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ଜରିଆରେ ଯୋଗାଇଛନ୍ତି ପାଣି  । ସେହି ପାଣିକୁ ନିର୍ଦ୍ୱନ୍ଦରେ ପିଇଛନ୍ତି ତାମିଲନାଡୁ ମନ୍ତ୍ରୀ  ।

ଓଡିଶାକୁ ହକି ଖେଳ ଦେଖିବାକୁ ଆସିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ବୁଲିଦେଖିଥିଲେ  । କେମିତି ରାଜ୍ୟ ସରକାରଙ୍କ ସୁବିଧା ସାଧାରଣ ଲୋକଙ୍କ ପାଖରେ ପହଁଚୁଛି ତାହାକୁ ପରଖିବାକୁ ବସ୍ତିଅଞ୍ଚଳ ବୁଲି ଦେଖିଥିଲେ  । ଏହି ସମୟରେ ଲାଗିଥିବା ଏକ ଟ୍ୟାପରୁ ପାଣି ପିଇଥିଲେ ଉଦୟନିଧି ଷ୍ଟାଲିନ  । ଏଥି ସହିତ ରାଜ୍ୟ ସରକାରଙ୍କ ପ୍ରୟାସକୁ ସାଧିୁବାଦ ମଧ୍ୟ ଜଣାଇଥିଲେ ଉଦୟନିଧି ଷ୍ଟାଲିନ୍  ।