ବସ୍ତି ଅଞ୍ଚଳର ପିଲାଙ୍କ ପାଇଁ ‘ଉଡ଼ାନ’ର ଖେଳଦୌଡ଼ କାର୍ଯ୍ୟକ୍ରମ

କଟକ: ବସ୍ତି ବାସୀନ୍ଦା ପିଲାଙ୍କ ପାଇଁ ଉଡ଼ାନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ  । ସାମାଜିକ ସଂଗଠନ ଉଡ଼ାନ ଟ୍ରଷ୍ଟ ଏକ ଖେଳ ଓ ଦୌଡ଼ କାର୍ଯ୍ୟକ୍ରଂ ଆୟୋଜିତ କରିଛି  । ଯେଉଁଥିରେ ସ୍ଥାନୀୟ ବସ୍ତି ପିଲାମାନେ ବିଭିନ୍ନ ପ୍ରକାର ଖେଳରେ ଭାଗ ନେଇଥିଲେ  । କଟକର ଗୋରା କବୀର ପଡ଼ିଆରେ ଅନୁଷ୍ଠିତ ଖେଳ ଦୌଡ଼ କାର୍ଯ୍ୟକ୍ରମରେ ବସ୍ତିର ୨୫୦ ଜଣ ବାଳକ ବାଳିକା ଭାଗ ନେଇଥିଲେ  । ଯେଉଁଥିରେ ଉଭୟ ସିନିୟର ଓ ଜୁନିୟର କ୍ରୀଡ଼ା ଆୟୋଜିତ ହୋଇଥିଲା  । ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ସଟପୁଟ, ସ୍କିପିଙ୍ଗ, ଦୌଡ଼, ସାଇକେଲ ଆଦି କ୍ରୀଡ଼ାରେ ଭାଗ ନେଇଥିଲେ ପ୍ରତିଯୋଗୀ  ।

ଉଡାନ ଚାରିଟେବୁଲ ଟ୍ରଷ୍ଟ ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଆସିଛି  । ସମାଜରେ ସଭିଙ୍କୁ ସ୍ୱିକୃତି ଦେବା ଏହି ସଂଗଠନର ଲକ୍ଷ୍ୟ  । ଯେଉଁଥିପାଇଁ ବସ୍ତି ଅଞ୍ଚଳରେ ବାସ କରୁଥିବା ପିଲାଙ୍କ ଦକ୍ଷତା ଓ ପାରଦର୍ଶିତାକୁ ସ୍ଥାନ ଦେବା ପାଇଁ ଖେଳ ଓ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧି୍କାରୀ ଗୀତା ପାଣିଗ୍ରାହୀ ଯୋଗଦେବା ସହ ବସ୍ତି ବାସୀନ୍ଦା ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସାଜିଥିଲେ  । ବିଶେଷକରି ଉଡ଼ାନ ଅନୁଷ୍ଠାନ ନୀତି ଆଦର୍ଶକୁ ଅଗ୍ରାଧିକାର ଦେଇ ଆସିଛି  । ଆଗକୁ ମଧ୍ୟ ଅନୁଷ୍ଠାନ ଲକ୍ଷ୍ୟ ସାଧିତ କରିବ ବୋଲି କହିଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ।

Leave a Reply