ଆତଙ୍କବାଦୀ ଗିରଫ ହେବା ପରେ ଅଯୋଧ୍ୟା, କାଶୀ ସମେତ ବହୁ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା

1 min read

ଲକ୍ଷ୍ନୌ: କାକୋରୀ ଅଞ୍ଚଳରେ ଘେରାବନ୍ଧୀ କରି ଅଲ୍‌ କାଏଦାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍ । ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରେସର କୁକର ବମ୍ ଏବଂ କିଛି କାଗଜପତ୍ର ମଧ୍ୟ ଜବତ କରିଛି । ଏଥିସହିତ କିଛି ମ୍ୟାପ୍ ମଧ୍ୟ ଜବତ କରିଥିବା ସୂଚନା ରହିଛି । ଆଉ ଏହାରି ଆଧାରରେ ଆତଙ୍କୀଙ୍କୁ ପଚରାଉଚରା କରିବା ସହ ତନାଘନା ଆରମ୍ଭ କରିଦେଇଛି ।

ଏଟିଏସ୍ ସୂଚନା ମୁତାବକ, ଆତଙ୍କୀ କାକୋରୀ ଅଞ୍ଚଳରେ ଏକ ବଡ଼ ଯୋଜନା କରୁଥିଲେ । ଯେଉଁ ଅଞ୍ଚଳରେ ଏଟିଏସ୍ ଚଢ଼ାଉ କରିଥିଲା ସେଠାରେ ୩ ଜଣଙ୍କ ଘର । ପ୍ରଥମ ଘର ଶାହିଦର ଓରଫ୍ ଗୁଡ୍ଡୁ ଯିଏ କି ଗତ ପାଞ୍ଚ ବର୍ଷ ହେଲା ସାଉଦି ଆରବରେ ରହି ଆସିଛନ୍ତି । ସେ ଟେଲିଗ୍ରାମ ଆପ୍ ଯୋଗେ ଆତଙ୍କୀଙ୍କ ସମ୍ପର୍କରେ ଆସିଥିବା ଜଣାପଡ଼ିଛି । ଅନ୍ୟ ଘରଟି ସିରାଜ ଏବଂ ତୃତୀୟ ଘରଟି ରିୟାଜର । ଏବଂ ୩ ଘର ମଧ୍ୟରେ ଏକ ଗୁପ୍ତ ବୈଠକ ଗୃହ ମଧ୍ୟ ରହିଛି ।

ବର୍ତ୍ତମାନ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ୟୁପିର ଅନେକ ଜିଲ୍ଲା ସେମାନଙ୍କ ଟାର୍ଗେଟରେ ଥିଲା । ଅଯୋଧ୍ୟା ଏବଂ ମଥୁରାର ସୁରକ୍ଷା ବଢ଼ାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ୟୁପି ଏଟିଏସ୍ ବହୁ ରାଜନେତା ମଧ୍ୟ ସେମାନଙ୍କ ଟାର୍ଗେଟରେ ଥିଲେ । ତେବେ ଏବେ ମଧ୍ୟ ଏଟିଏସ୍‌ର ଅପରେସନ୍ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ନିକୋଲା ଟେସଲା, ଓ୍ୱାୟରଲେସ୍ ଟେକ୍ନୋଲୋଜିର ସ୍ରଷ୍ଟା: ଯାହାଙ୍କୁ ପାଗଳ କହୁଥିଲେ ଲୋକେ

Leave a Reply