ଭୁବନେଶ୍ବର : ଆଜି ଗଂଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିର ସ୍ଥିତି ଅନୁଧ୍ୟାନ କରିବେ । ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଯାଇ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହ ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତି ସମ୍ପର୍କରେ ସିଧାସଳଖ ଆଲୋଚନା କରିବେ ନବୀନ । ଭୁବନେଶ୍ୱରରୁ ସକାଳ ୧୦ଟା ୫ମିନିଟରେ ବାହାରିବେ । ପ୍ରଥମେ ଶେରଗଡ଼ ଯିବେ । ଶେରଗଡ଼ ମହାତ୍ମା ଗାନ୍ଧୀ ମିନି ଷ୍ଟାଡିୟମରେ ହେଲିକପ୍ଟରରେ ପହଞ୍ଚିବା ପରେ ସେଠାରୁ ଶେରଗଡ଼ ଟାଉନର ମୁଖ୍ୟ ବଜାରରେ ବନ୍ୟା କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବେ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରିବେ । ଏହାପରେ ହିଞ୍ଜିଳିକାଟୁ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ କଥା ହେବେ । ସାଢେ ଗୋଟାଏରେ ସେ ଆସ୍କା ଯିବେ । ଅପରାହ୍ଣ ୨ଟା ୪୦ରେ ସୋରଡ଼ା ବାଲିଗୁଚ୍ଛାରେ ପହଁଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି । ହିଞ୍ଜିଳିକାଟୁ ଗସ୍ତ କରି ବୁରୁପଡ଼ାରେ ଚାଷୀଙ୍କୁ ଭେଟିବେ ନବୀନ । ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ବିଜେଡ଼ି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ଶ୍ରୀକାନ୍ତ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରିଥିଲେ।

