ଏବେ ଡରିବେ ଶତ୍ରୁ ରାଷ୍ଟ୍ର: ସାଟେଲାଇଟ ଜାଲ ବିଛାଉଛି ଆମେରିକା

1 min read

ଓ୍ବାସିଂଟନ: ଏଥର ମିଶାଇଲ ଆଟାକ୍ ପୂର୍ବରୁ ୧୦ଥର ଭାବିବ ଶତ୍ରୁରାଷ୍ଟ୍ର । ରୁଷ୍, ଚୀନ ବା ଉତ୍ତର କୋରିଆ ଏବେ ଆଉ ଆମେରିକା ଉପରେ ହାଇପରସୋନିକ୍ ମିଶାଇଲ୍ ଆଟାକ୍ କରି ପାରିବେ ନାହିଁ  । କାରଣ ସ୍ପେସରେ ଆରମ୍ଭ ହୋଇଯାଇଛି ବଡ଼ ପ୍ରସ୍ତୁତି । ଆମେରିକା ଏବେ ସ୍ପେସରେ ନିଜର ସାମରିକ ସାଟେଲାଇଟର ଜାଲ ବିଛାଉଛି । ଯାହା ଦ୍ବାରା ଯେକୌଣସି କ୍ରୁଜ୍, ବାଲିଷ୍ଟିକ୍ ଏବଂ ହାଇପରସୋନିକ୍ ମିଶାଇଲ ଆକ୍ରମଣକୁ ଟ୍ରାକ୍ କରି ଆଲର୍ଟ ଜାରି କରି ହେବ ।  କହିବାକୁ ଗଲେ ଆମେରିକା ଏବେ ପୂରା ସତର୍କ । ଏନେଇ ୧୦ଟି ସାଟେଲାଇଟ୍ ଲଞ୍ଚ ବି କରି ସାରିଲାଣି ଆମେରିକା

ଆମେରିକା ଏବେ ହାଇପରସୋନିକ୍ ମିଶାଇଲରୁ ବଞ୍ଚିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗତକାଲି ବା ୨ ଏପ୍ରିଲ ୨୦୨୩ରେ ଆମେରିକାର ସେନା, କାର୍ଲିଫନିଆ ସ୍ଥିତ ଭାଣ୍ଡେନବର୍ଗ ସ୍ପେସ୍ ଫୋର୍ସରୁ ୧୦ଟି ସାମରିକ ସାଟେଲାଇଟ୍ ଲଞ୍ଚ କରିଛି । ଏସବୁକୁ ସ୍ପେସ୍ଏକ୍ସର ଫାଲକନ-୯ ରକେଟ୍ ସାହାଯ୍ୟରେ ସ୍ପେସ୍ କୁ ପଠାଯାଇଛି । ଏହା ପରେ ଫାଲକନ୍-୯ର ରକେଟ୍ ର ପ୍ରଥମ ସେଟ୍ ସଫଳତାପୂର୍ବକ ଫେରି ଆସିଛି ।

ଚୀନ ବା ଉତ୍ତର କୋରିଆର ମିଶାଇଲ ଆମେରିକା ପ୍ରତି ବିପଦ ସୃଷ୍ଟି କରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆମେରିକା । ଏହି ମିସାଇଲକୁ ରୋକିବା ଅସମ୍ଭବ ଅଟେ କିନ୍ତୁ ଏହାକୁ ଟ୍ରାକ୍ କରାଯାଇ ପାରିବ । ଆମେରିକା ଚାହେଁନି କି ଭବିଷ୍ୟତରେ ତା ଦେଶ ଉପରେ କୌଣସି ପ୍ରକାର ବିପଦ ନଆସୁ । ଯଦି ଏପରି ବିପଦ ଆସେ ତା ପୂର୍ବରୁ ଏହାର ସୂଚନା ପାଇ ନିଜ ରକ୍ଷା ପାଇଁ ପଦକ୍ଷେପ ନେଇପାରୁ ।

ଆମେରିକାର ସ୍ପେସ୍ ଡ୍ୟୁପଲେସ ଏଜେନ୍ସି ବା SDAର ଯୋଜନା ହେଉଛି କି ସେ ଏପରି ହଜାର ହଜାର ସାମରିକ ସାଟଲାଇଟର ପ୍ରସ୍ତୁତ କରି ଯଦି ତାକୁ ସ୍ପେସରେ  ଜାଲ ପରି ବିଛାଯାଏ ତେବେ, ଦୁନିଆର ଯେଉଁଠି ବି କ୍ରୁଜ୍, ବାଲିଷ୍ଟିକ୍ ଏବଂ ହାଇପରସୋନିକ୍ ମିଶାଇଲ୍ ଲଞ୍ଚ ହେବ ତାହାର ସୂଚନା ସଙ୍ଗେ ସଙ୍ଗେ ଆମେରିକାକୁ ମିଳି ପାରିବ । ଆମେରିକାକୁ ଉତ୍ତର କୋରିଆ ଠାରୁ କମ୍ କିନ୍ତୁ ଚୀନ୍ ଏବଂ ରୁଷ୍ ଠାରୁ ଅଧିକ ବିପଦ ରହିଛି । ଏଥିପାଇଁ SDA ଏପରି ଟେକ୍ନୋଲୋଜି ଏବଂ କ୍ଷମତା ବିକଶିତ କରୁଛି ଯାହା ଦ୍ୱାରା , ହାଇପରସୋନିକ୍ ମିଶାଇଲ ଲଞ୍ଚ ହେବାର ଖବର ତାକୁ ସୁବିଧାରେ ମିଳିପାରିବ । କାରଣ ହାଇପରସୋନିକ୍ ମିଶାଇଲ ଗୁଡିକ ପାରମ୍ପରିକ ମିଶାଇଲ୍ ଟ୍ରାକିଙ୍ଗ ସାଟେଲାଇଟ ଏବଂ ରଡାରରେ ଦ୍ବାରା ଟ୍ରାକିଙ୍ଗ କରାଯାଇ ପାରେ ନାହିଁ ।

ଏବେ ଯେଉଁ ୧୦ଟି ସାଟେଲାଇଟ୍ ଛଡାଯାଇଛି ସେଥିମଧରୁ ୮ଟି ଡାଟା ରିଲେ ସ୍ପେସ୍ କ୍ରାପ୍ଟ ଅଟେ । ଯାହାକୁ ୟର୍କ ସ୍ପେସ୍ ସିଷ୍ଟମ ତିଆରି କରିଛି । ଆଉ ଅନ୍ୟ ଦୁଇଟି ମିଶାଇଲ୍ ଟ୍ରେକିଙ୍ଗ ସାଟେଲାଇଟ୍ ଅଟେ , ଯାହାକୁ SpaceX ତିଆରି କରିଛି । ଏ ସମସ୍ତ ସାଟେଲାଇଟ୍ ସ୍ପେସରେ ୧୦୦୦ କିଲୋମିଟର ଉଚ୍ଚତାରେ ଘୂରି ବୁଲିବେ । SpaceXର ଫାଲକନ-୯ ରକେଟ୍ ପ୍ରଥମ ବ୍ୟାଚରେ ଏ ସାଟେଲାଇଟକୁ ସ୍ପେସରେ ଛାଡି ୮ ମିନିଟରେ ଫେରିଆସିଥିଲା  । ଅନ୍ୟ ପଟେ ୨ୟ ବ୍ୟାଚରେ ୧୦ SDA ସାଟେଲାଇଟ୍ ସହିତ ସ୍ପେସରେ ରହିଗଲା ।

ଚଳିତ ବର୍ଷ PSWAରେ  ମୋଟ୍ ୨୮ଟି ସାଟେଲାଇଟ୍ ଲଞ୍ଚ କରାଯିବ । ପ୍ରଥମ ଫେଜରେ ୧୦ଟି ସାଟେଲାଇଟ୍ ଲଞ୍ଚ୍ କରାଗଲା ଆଉ ବାକି ସାଟେଲାଇଟକୁ ବର୍ଷକ ମଧ୍ୟରେ ଲଞ୍ଚ୍ କରାଯିବ । ଏହା ପରେ ୨୦୨୪-୨୫ ସୁଦ୍ଧା ୧୫୦ଟି ସାମରିକ ସାଟେଲାଇଟ୍ ସ୍ପେସକୁ ଛଡାଯିବା ପାଇଁ ଟାର୍ଗେଟ ରଖାଯାଇଛି । ଯାହା ଭବିଷ୍ୟତରେ ରୁଷ୍ ଏବଂ ଚୀନ ଦ୍ବାରା ଯେକୌଣସି ଆକ୍ରମଣ ଠାରୁ ବର୍ତ୍ତି ହେବ