କରୋନାକୁ ନେଇ ଗୁଜବ ପ୍ରଚାର କରୁଥିଲେ, ଯୁବତୀଙ୍କ ସହ ୨ ଯୁବକ ଗିରଫ

ଭଦ୍ରକ: ରାଜ୍ୟ ସରକାର କରୋନାକୁ ନେଇ ପ୍ରତି ସମୟରେ ଲୋକଙ୍କୁ ସଚେତନ କରୁଛନ୍ତି । କରୋନା ପାଇଁ ବିଭିନ୍ନ କଡ଼ା ପଦକ୍ଷେପ ମାନ ନେଇଛନ୍ତି । କିନ୍ତୁ ଗୁଜବକାରୀ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ କରିବାରେ ବ୍ୟସ୍ତ । ପୋଲିସ୍‌ର ଭୟ ମଧ୍ୟ ସେମାନଙ୍କୁ ତିଳେ ମାତ୍ର ପ୍ରଭାବ ପକାଉନି ।

ଭଦ୍ରକ ଜିଲ୍ଲାରେ କରୋନା ସମ୍ପର୍କିତ ମିଥ୍ୟା ପ୍ରଚାର ପରେ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ । କରୋନା ରୋଗର ଗୁଜବ ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର କରିଥିଲେ। ଗିରଫ ବ୍ୟକ୍ତି ମାନେ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଅଞ୍ଚଳର। ଏମାନଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ରର ଯାଞ୍ଚ, ରକ୍ଷା ହେଲାନି ସାମାଜିକ ଦୂରତା

ଏହି ତିନି ଜଣ କରୋନା ରୋଗୀଙ୍କ ସମ୍ପର୍କରେ ସୋସିଆଲ ମିଡିଆ ଗ୍ରୁପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତେବେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ ଙ୍କ ନିର୍ଦ୍ଧେଶ କ୍ରମେ ସେମାନଙ୍କୁ  ଭଦ୍ରକ ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି  ।

Leave a Reply