ଅନନ୍ତନାଗରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ସେନାକୁ ଆଉ ଏକ ସଫଳତା । ୨ ଆତଙ୍କବାଦୀଙ୍କୁ ସେନା ମାରି ଗଡ଼ାଇଛି । ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ପୋଶକ୍ରିରି ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବାର ଖବର ସେନାକୁ ମିଳିଥିଲା । ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ତଲାସ ଅଭିଯାନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ, ଏହାପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।  ସୂଚନାଥାଉକି, ଜମ୍ମୁକାଶ୍ମୀର ପ୍ରାନ୍ତରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀ ବିରୋଧୀ ଅଭିଯାନ ଦୀର୍ଘ ବର୍ଷ ହେବ ଜାରି ରହିଛି । ନିକଟ ଦିନରେ ୩ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଥିଲା ସେନା ।