ମଝି ସମୁଦ୍ରରେ ତେଲ ଓ କେମିକାଲ ଟ୍ୟାଙ୍କର ବୋଝେଇ ଜାହାଜ ସହ ଆଉ ଏକ ଜାହାଜର ଧକ୍କା

1 min read

ଓଖା: ସମୁଦ୍ରରେ ଦୁଇ ଜାହାଜ ମଧ୍ୟରେ ଧକ୍କା । ଓଖାଠାରୁ ୧୨ ନଟିକାଲ ମାଇଲ ଦୂରରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଥିବା ସମସ୍ତ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ଜାହାଜରେ ଥିବା ତେଲ ବହିନଥିବା ଇଣ୍ଡିଆନ୍ କୋଷ୍ଟ ଗାର୍ଡ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଜଣାଯାଇଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ତୈଳ ଏବଂକେମିକା ଟ୍ୟାଙ୍କର ବୋଝେଇ ଜାହାଜର ୧୮୩ ମିଟର ଲମ୍ୱ ।

କୋଷ୍ଟ ଗାର୍ଡର ସୂଚନା ମୁତାବକ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ମଝି ସମୁଦ୍ରରେ ଏହି ଜାହାଜ ମଧ୍ୟରେ ହାଲୁକା ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏମଭି ଆଭିଏଟର ଏବଂ ଅଏଲ/କେମିକାଲ ବୋଝେଇ ଟ୍ୟାଙ୍କର ଏମ୍‌ଭି ଆଣ୍ଟଲାଟିକ୍ ମଧ୍ୟରେ ହୋଇଛି । ଏମଭି ଆଭିଏଟର ମାର୍ଶଲ ଆଇସଲ୍ୟାଣ୍ଡ ପଟୁ ଆସୁଥିବା ବେଳେ ଏମ୍‌ଭି ଆଣ୍ଟଲାଟିକ୍ ହଂକଂ ପଟୁ ଆସୁଥିଲା ।

ଖବର ପାଇବା ପରେ ଇଣ୍ଡିଆନ କୋଷ୍ଟ ଗାର୍ଡ ଜାହାଜ ସି-୪୦୩ ଏବଂ ଓଖା ପଟୁ ସି-୪୧୧ ଜାହାଜକୁ ଘଟଣାର ସବିଶେଷ ତଥ୍ୟ ହାସଲ ଏବଂ ଗ୍ୟାସ ଓ ତେଲ ଲିକ୍ ଯେଭଳ ନହେବ ସେ ସମ୍ପର୍କିତ ପଦକ୍ଷେପ ନେବା ପାଇଁ ପଠାଯାଇଛି । ଏଥିସହିତ ଇଣ୍ଡଆନ କୋଷ୍ଟ ଗାର୍ଡ ହେଲିକପ୍ଟରକୁ ମଧ୍ୟ ପ୍ରଦୂଷଣର ମାତ୍ରା ଆକଳନ ନେଇ ପଠାଯାଇଛି ।

ଏଥିସହିତ ପଢ଼ନ୍ତୁ: ବିଜେପି ନେତାଙ୍କ ଆଉ ଏକ ମିଛ: ନୋଏଡା ଏୟାରପୋର୍ଟର ମଡେଲ କହି ବେଜିଂ ଏୟାରପୋର୍ଟ ଫଟୋକୁ କଲେ ସେୟାର

Leave a Reply