କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର

ନନ୍ଦିଘୋଷ ବ୍ୟୁରୋ: କେରଳରେ ଫଶିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡିଶା ସରକାର । କେରଳର ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି । ଓଡ଼ିଶାର ୨ ପରିବାର ସେଠାରେ ଫଶି ରହିଛନ୍ତି। ଉଭୟ ଡାକ୍ତରଙ୍କ ଖୋଜ ଖବର ମିଳିପାରିନାହିଁ । ହେଲେ ତାଙ୍କ ପତ୍ନୀମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି । ବାୟୁ ସେନା ଏବଂ ଏନଡିଆରଏଫ ସହ ମଧ୍ୟ ଆମେ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି । ଡାକ୍ତରଙ୍କ ପରିବାର ସହ ଓଡ଼ିଶା ସରକାର ଅଛନ୍ତି । ଆମେ ତାଙ୍କୁ ନିୟମିତ ଅପଡେଟ କରୁଛୁ । ଆଶା କରୁଛି ମହାପ୍ରଭୁଙ୍କ କୃପାରୁ ଉଭୟ ଡାକ୍ତର ଖୁବ ଶୀଘ୍ର ଉଦ୍ଧାର ହେବେ ।