ରାଜଧାନୀରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

1 min read

ଭୁବନେଶ୍ୱର: ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୨୩କୁ ବୃଦ୍ଧି ପାଇଛି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-୨ର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ମାର୍ଚ୍ଚ ୨୨ ତାରିଖରୁ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

ସେହିପରି ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି । ସେ ଆଉ କାହା ସମ୍ପର୍କରେ ଆସିଛନ୍ତି ତାର ଅନୁଧ୍ୟାନ ଚାଲିଛି । ପୂର୍ବରୁ ବମିଖାଲରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ପୂର୍ବରୁ ରାଜ୍ୟର ପ୍ରଥମ ଆକ୍ରାନ୍ତ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲ ଫେରିଛନ୍ତି । ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ବମିଖାଲ ଅଞ୍ଚଳକୁ ପ୍ରଶାସନ ସିଲ୍ କରି ରଖିଥିବା ବେଳେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କପଳିପ୍ରସାଦରୁ ନୂଆ ମାମଲା ଆସିବା ପରେ ଉକ୍ତ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇପାରେ ।

Leave a Reply