ବରଗଡ଼ରୁ ଅପହରଣ, ଛତିଶଗଡ଼ରୁ ଉଦ୍ଧାର

ବରଗଡ଼: ହନୁମାନ ପଇସା ମାଗିଲେ । ନ ଦେବାରୁ ୨ ଜଣକୁ ଅପହରଣ କରି ୨ ଦିନ ରଖିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ଛତିଶଗଡ଼ରୁ ଅପହୃତଙ୍କୁ ଉଦ୍ଧାର କରିଛି ପୋଲିସ । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଭୈସାଦରହା ଗାଁରେ ଘଟିଛି ଏଭଳି ଘଟଣା । ଗତ ୧୧ ତାରିଖରେ ୬ ଜଣ ଅଜଣା ବ୍ୟକ୍ତି ଗାଁର ଧରମସିଙ୍ଗ ନାଏକଙ୍କୁ ହନୁମାନ ଟଙ୍କା ମାଗିଥିଲେ । ତାଙ୍କ ପାଖରେ ହନୁମାନ ଟଙ୍କା ନଥିବା କହିବାରୁ ତାଙ୍କୁ ଜୋର ଜବରଦସ୍ତି ଉଠାଇନେଇଥିଲେ ଅଭିଯୁକ୍ତ ।
ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୋଗର ୨ ଦିନ ପରେ ଉଭୟଙ୍କୁ ଛତିଶଗଡ଼ରୁ ଉଦ୍ଧାର କରିଛି ପୋଲିସ । ଏଥିସହ ୬ ଅଭିଯୁକ୍ତଙ୍କୁ କାବୁ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୨ଟି ଗାଡ଼ି ସହିତ ୬ଟି ମୋବାଇଲ୍ ଜବତ କରାଯାଇଛି ।