ବାପାଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ

ସୁନ୍ଦରଗଡ଼: ନୃଶଂସ ପାଲଟିଲା ପୁଅ । ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣିବେର୍ଣ୍ଣା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାଙ୍ଗରା ଭୁମିଜ ।

ସୂଚନା ଅନୁସାରେ ମାଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କର ଦୁଇ ପୁଅ ରହିଛି । ଦ୍ୱିତୀୟ ବିବାହ ପରେ ମଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ଲାଗୁଥିଲା । ତେବେ ଗତକାଲି ରାତିରେ ଝଗଡ଼ା ହେବା ପରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ତାଙ୍କ ବାପାଙ୍କୁ ହତ୍ୟା କରିଥିଲେ । ଏତିକିରେ ରାଗ ଶାନ୍ତ ହୋଇନଥିଲା । ଏହାପରେ ଦୁଇ ପୁଅ ସ୍କୁଟି ଆଣି ତାଙ୍କ ବାପାଙ୍କ ଉପରେ ଚଢ଼ାଇ ଦେଇଥିଲେ ।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ରାଉରକେଲାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ପଠା ଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।