ବିଲ୍ଡର୍ସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

କଟକ: ଦାଦାବଟିକୁ ରୋକିବା ଲାଗି ଉଦ୍ୟମ ଜୋରଦାର କରିଛି କମିଶନରେଟ୍ ପୋଲିସ । କଟକ ବିଲ୍ଡରଙ୍କ ଠାରୁ ୨୦ ଲକ୍ଷ ଦାଦାଵଟି ମାଗିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨ଟି ବନ୍ଧୁକ ୨ରାଉଣ୍ଡ ଗୁଳି ଜବତ । ମାର୍କତ ନଗର ଥାନା ପୋଲିସ ଦ୍ଵାରା ଅଭିଯୁକ୍ତ ଦ୍ୱୟ ଗିରଫ ହୋଇଛନ୍ତି । ଜିତେନ୍ଦ୍ର ପରିଡ଼ା ଗୋବିନ୍ଦ ସାହୁ ଗିରଫ। ଜିତେନ୍ଦ୍ର ଜଣେ ପେଶାଦାର ଅପରାଧୀ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଟ୍ୱିନ୍ ସିଟିରେ ଦାଦା ବଟିକୁ ରୋକିବା ଲାଗି ଏକ ଆଣ୍ଟି ଏକ୍ସକର୍ଷନ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।  ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି । ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଥିବା ସୂଚନା ରହିଛି । ତେବେ ଦାଦା ବଟି ସମ୍ୱନ୍ଧିତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି ।

କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍ ଦାଦାବଟିକୁ ନା ଅଧିନରେ ପୂର୍ବରୁ ରାଜଧାନୀର ପୁରୁଣା ଅପରାଧୀ ରାଜା ଆଚାର୍ଯ୍ୟକୁ ମଧ୍ୟ ଦାଦାବଟି ମାଗୁଥିବା ଅଭିଯୋଗରେ ଗିରଫ କରିଛିି ।

 

Leave a Reply