ଘରେ ଶୋଇଥିଲେ, ମାଡ଼ିଗଲା ଟ୍ରକ୍

ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ନିକଟରେ ଚାଲୁଥିବା ଓଭର ବ୍ରିଜ କାର୍ଯ୍ୟରେ ପଶ୍ଚିମବଙ୍ଗରୁ ଆସିଥିବା ଶତାଧିକ ଶ୍ରମିକ ନିଜ ପରିବାର ଧରି ନିର୍ମାଣାଧୀନ ପୋଲ ତଳେ କ୍ୟାମ୍ପ କରି ରହୁଥିଲେ ।

ମିଳିଥିବା ସୂଚନା ମୁତାବକ ସକାଳୁ ଏକ ବାଲି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଶ୍ରମିକଙ୍କ କ୍ୟାମ୍ପ ଆଡ଼କୁ ମାଡ଼ି ଯାଇଥିଲା । ଉକ୍ତ କ୍ୟାମ୍ପରେ ଶୋଇଥିବା ଅବସ୍ଥାରେ ଶ୍ରମିକମାନେ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପୋଲିସ, ଦମକଳ ବାହିନୀ ସହାୟତାରେ ମୃତ ଓ ଆହତଙ୍କୁ ବାହାର ଉଦ୍ଧାର କରାଯାଇଥିଲା  । ପରେ ସମସ୍ତଙ୍କୁ ମେଡିକାଲ୍ ପଠାଯାଇଛି ।