କେତେ ଭୟଙ୍କର ବେଙ୍ଗଲର ଟ୍ରିପଲ ମ୍ୟୁଟାଣ୍ଟ?

1 min read

 ନୂଆଦିଲ୍ଲୀ:   ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ବଢୁଥିବା ସଂକ୍ରମଣ ମଧ୍ୟରେ ସାମ୍ନାକୁ ଆସିଛି ଡବଲ ମ୍ୟୁଟାଣ୍ଟ ଭାଇରସ୍‌। ଏତିକି ନୁହେଁ ବରଂ ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ହେଲାଣି । ଏହା ଭୂତାଣୁର ସେହି ରୂପ, ଯେଉଁଥିରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନି ଥର ପରିବର୍ତ୍ତନ ହୋଇଛି । ତଥାପି ଏହାକୁ ନେଇ ଅଧ୍ୟୟନ ବାକି ରହିଛି । ତେବେ ଭୂତାଣୁର ରୂପ ପରିବର୍ତ୍ତନ ଖୁବ୍‌ଭୟଙ୍କର ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପ୍ରଥମେ ଜାଣନ୍ତୁ  ମ୍ୟୁଟେସନ୍‌ କ’ଣ?
ଦୀର୍ଘଦିନ ବଞ୍ଚି ରହିବା ପାଇଁ ଭୂତାଣୁ ଲଗାତାର ଜେନେଟିକ୍‌ସଂରଚନାରେ ପରିବର୍ତ୍ତନ ଆଣୁଛି । ଏହା ହେଉଛି ସର୍ବାଇଭାଲ ପ୍ରକ୍ରିୟା । ଯେଉଁଥିରେ ବଞ୍ଚିବା ପାଇଁ ନୂଆ ନୂଆ ରୂପ ବଦଳାଉଛି ଭୂତାଣୁ । ଏହା ସହିତ ସେ ପ୍ରଭାବଶାଳୀ ମଧ୍ୟ ହେବାରେ ଲାଗିଛି ।

 

ଡବଲ ମ୍ୟୁଟାଣ୍ଟ ବିଷୟରେ ପ୍ରଥମେ ମାର୍ଚ୍ଚ ମାସରେ ଶୁଣିବାକୁ ମିଳିଥିଲା । ସେହି ସମୟରେ ସରକାର ୪ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ,ଦିଲ୍ଲୀ ଏବଂ ପଞ୍ଜାବରୁ ଭୂତାଣୁର ନମୁନା ସଂଗ୍ରହ କରି ତାହା ଉପରେ ଗବେଷଣା କରି ଅନ୍ତିମ ଫଳାଫଳରେ ପହଞ୍ଚିଥିଲେ । ଏହା ପରଠାରୁ ଆଶଙ୍କା କରାଯାଉଥିଲାଯେ, ଭୂତାଣୁର ଡବଲ ମ୍ୟୁଟାଣ୍ଟ ତୀବ୍ର ଗତିରେ ବଢୁଥିବା ସଂକ୍ରମଣ ପାଇଁ ଦାୟୀ ।

ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍‌ମଲିକ୍ୟୁଲାର ବାୟୋଲୋଜି ବା CCMBର ଏହା ଉପରେ ଗବେଷଣା ଶେଷ ନ ହେଉଣୁ ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । ରିପୋର୍ଟ କହୁଛି SARS-COV-2ର ଏହି ନୂଆ ଭ୍ୟାରିଏଣ୍ଟ ବିଷୟରେ ପଶ୍ଚିମବଙ୍ଗରୁ ଜଣାପଡ଼ିଛି । ଏହି ଭୂତାଣୁର ତିନୋଟି ଭିନ୍ନ ଭିନ୍ନ ଷ୍ଟ୍ରେନ୍ର ଏକ କମ୍ବିନେସନ ରହିଛି । ବୈଜ୍ଞାନିକ ଏହି ଟ୍ରିପଲ ମ୍ୟୁଟାଣ୍ଟର ନାଁ ଦେଇଛନ୍ତି B.1.618. । ତେବେ ଆଣ୍ଟିବଡି ତିଆରି ହୋଇ ସାରିଥିବା ଲୋକଙ୍କ ଶରୀରକୁ ମଧ୍ୟ ଏହା କବଜା କରିପାରେ । ତେଣୁ କରୋନା ଥରେ ସଂକ୍ରମିତ ହୋଇ ସାରିଥିବା ଲୋକ ପୁଣିଥରେ ସଂକ୍ରମିତ ହୋଇପାରନ୍ତି । ଅବଶ୍ୟ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।

ଟ୍ରିପଲ ମ୍ୟୁଟେସନରେ କରୋନା ଭୂତାଣୁରୁ H146 ଏବଂ Y145 ଗାୟବ ହୋଇ ଯାଇଛି । ଦୁଇ ପ୍ରକାରର ସ୍ପାଇକ ପ୍ରୋଟିନରେ ବଦଳି ଯାଇଛି ।

ପ୍ରଥମ ମ୍ୟୁଟେସନ ବ୍ରିଟେନରେ ମିଳିଥିଲା । ଯାହାକୁ ୟୁକେ ଭ୍ୟାରିଏଣ୍ଟ ଏବଂ ପରେ B.1.1.7 କୁହାଗଲା । ଏହା ପୁରୁଣା ଭୂତାଣୁ ଅପେକ୍ଷା ଅଧିକ ସଂକ୍ରମିତ ବୋଲି କୁହାଗଲା । ଏହା ପ୍ରଭାବରେ ମୃତ୍ୟୁ ସଂଖ୍ୟା ଏତେ ବଢିଲାଯେ, ତତକ୍ଷଣାତ୍‌ୟୁକେରେ ଲକଡାଉନ ଘୋଷଣା କରିବାକୁ ପଡ଼ିଲା । ଏହାପରେ ବ୍ରାଜିଲରେ ମିଳିଲା ନୂଆ ଭ୍ୟାରିଏଣ୍ଟ । ଯାହାକୁ ନାଁ B.1.351ର ନାଁ ଦିଆଗଲା ।

ଏବେ ଭାରତରେ ଟ୍ରିପଲ ମ୍ୟୁଟାଣ୍ଟକୁ ବେଙ୍ଗଲ ଷ୍ଟ୍ରେନ୍‌କୁହାଯାଉଛି । ରିପୋର୍ଟ କହୁଛି ପଶ୍ଚିମବଙ୍ଗରେ ଦେଖା ଯାଇଥିବା ଏହି ଷ୍ଟ୍ରେନ୍‌ଏବେ ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା କେତେ ଭୟଙ୍କର ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । କିନ୍ତୁ ଏଥିରେ ଦେଖା ଯାଇଥିବା E484K ମ୍ୟୁଟେସନ ଚିନ୍ତାର କାରଣ ବୋଲି କହୁଛନ୍ତି ବୈଜ୍ଞାନିକ ।

ସୂଚନାଯୋଗ୍ୟ E484Kକୁ ଇମ୍ୟୁନ୍‌ଏସ୍କେପ୍‌ଭ୍ୟାରିଏଣ୍ଟ କୁହାଯାଉଛି । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ଚକମା ଦେଇ ଶରୀରରେ ପ୍ରବେଶ କରିଥାଏ । ତେବେ ଏହା ତୀର୍ବ ଗତିରେ ସଂକ୍ରମଣ ହେଉଥିବା ଭୂତାଣୁ ବୋଲି କହିଛନ୍ତି ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ଏପିଡେମିଓଲୋଜି ପ୍ରୋଫେସର ଡାକ୍ତର ମଧୁକର ପଇ । ଏଥିପାଇଁ ବହୁଳ ମାତ୍ରାରେ ଲୋକ ସଂକ୍ରମିତ ହେଉଛନ୍ତି ।

Leave a Reply