ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍, ଅବତରଣ କଲା VT-100 ବିମାନ

ମାଲକାନଗିରି: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଖାସ କରି ମାଲକାନଗିରିବାସୀଙ୍କ ପାଇଁ । ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ଉଡାଜାହାଜ ।

ସୂଚନାଯୋଗ୍ୟ, ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ ।

ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର କରିବେ ଲୋକାର୍ପଣ । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ରନୱେ ପ୍ରସ୍ତୁତ ହୋଇଛି ।