ଟୋକିଓ ପାରାଅଲମ୍ପିକରେ ଭାରତକୁ ମିଳିଲା ଆଉ ୨ଟି ପଦକ

1 min read
Tokyo Paralympics India Won Third Medal

ଟୋକିଓ: ଟୋକିଓ ପାରାଅଲମ୍ପିକରେ ଭାରତକୁ ଆଉ ୨ଟି ପଦକ ମିଳିଛି । ପାରା ଆଥଲେଟ ନିଷାଦ କୁମାର ରବିବାର ପୁରୁଷ ହାଇଜମ୍ପ ମୁକାବିଲାରେ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି ମେନ୍ସ ଡିସକସ ଥ୍ରୋରେ ବିନୋଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି । ନିଷାଦ ପ୍ରଥମ ପ୍ରୟାସରେ ୨.୦୨ ମିଟର ଓ ଦ୍ୱିତୀୟ ପ୍ରୟାସରେ ୨.୦୬ ମିଟର ଜମ୍ପ ମାରିଥିଲେ ।

ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଆମେରିକାର ରଡେରିକ୍ ଟାଉନସେଣ୍ଡ ଜିତିଛନ୍ତି । ନିଷାଦ ରୌପ୍ୟ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ପାରାଅଲମ୍ପିକରେ ପ୍ରଥମ ପଦକ ଟେବୁଲ ଟେନିସରେ ଭାବିନାବେନ ପଟେଲ ଆଣିଥିଲେ । ତାଙ୍କୁ ରୌପ୍ୟ ପଦକ ମିଳିଥିଲା ।

Tokyo Paralympics India Won Third Medal

ହାଇଜମ୍ପରେ ରୌପ୍ୟ ଜିତିଥିବା ନିଷାଦ ହିମାଚଳ ପ୍ରଦେଶର । ପାରାଅଲମ୍ପିକ ପୂର୍ବରୁ ନିଷାଦ ଦୀର୍ଘଦିନ ଧରି ବେଙ୍ଗଳୁରୁ କୋଚିଂ କ୍ୟାମ୍ପରେ ଅଭ୍ୟାସ କରୁଥିଲେ । ନିଷାଦଙ୍କ ବିଜୟ ପାଇଁ ତାଙ୍କ ଗାଁରେ ଲଗାତାର ପୂଜାର୍ଚ୍ଚନା କରାଯାଉଥିଲା । ଏବେ ଗାଁରେ ଖୁସିର ମାହୋଲ ଖେଳି ଯାଇଛି ।

ମେନ୍ସ ଡିସକସ ଥ୍ରୋ ଫାଇନାଲରେ ବିନୋଦ କୁମାର ୧୯.୯୧ ମିଟର ଥ୍ରୋ କରିଛନ୍ତି । ଏଥିସହ ଇଣ୍ଡିଆ ଟୋକିଓ ପାରଅଲମ୍ପିକରେ ତୃତୀୟ ପଦକ ହାତେଇଛି ।

Leave a Reply