ଆଜିଠୁ +2 ନାମଲେଖା ପାଇଁ ଆବେଦନ, SAM’s ପୋର୍ଟାଲରେ କରିବେ ଆପ୍ଲାଏ

1 min read

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ।  SAM’s ପୋର୍ଟାଲରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଆଡମିଶନ ନେଇ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ହାଇ ପାଓ୍ବାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ନାମଲେଖା ପରେ ୟୁଜିସି ଗାଇଡଲାଇନ ମୁତାବକ ପାଠପଢ଼ା ଆରମ୍ଭ ହେବ । କମିଟିର ନିଷ୍ପତି ମୁତାବକ କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି କରାଯିବନାହିଁ ।

ଅକ୍ଟୋବରରୁ କ୍ଳାସ ଆରମ୍ଭ ପାଇଁ ୟୁଜିସି ସମୟ ଦେଇଛି । ଯୁକ୍ତ ଦୁଇରେ ମୋଟ 54 ହଜାର 900ସିଟ୍ ବୃଦ୍ଧି କରାଯାଇଛି । 72 ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ । କଳାରେ ସିଟ୍ ବୃଦ୍ଧି ପାଇଁ 40ହଜାର ଆବେଦନ ଆସିଥିଲା କିନ୍ତୁ 38ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବିଜ୍ଞାନରେ ସିଟ୍ ବୃଦ୍ଧି ପାଇଁ 25ହଜାର ଆବେଦନ ଆସିଥିଲା 13 ହଜାରକୁ ଅନୁମତି ଦିଆଯାଇଛି । ବାଣିଜ୍ୟରେ 4ହଜାର ଆବେଦନରୁ 3 ହାଜର 900 ସିଟକୁ ଅନୁମତି ମିଳିଛି ।

Leave a Reply