ଆଜି ଧନତେରସ : ରାଜଧାନୀରେ ସବୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ବର : ଧନତେରସରେ ଘରକୁ ଆସିବ ମାଆ ଲକ୍ଷ୍ମୀ । ସୌଭାଗ୍ଯର ଦେବୀଙ୍କୁ ସୁନା ଦେଇ କରାଯିବ ଆରାଧନା । ଏଥିପାଇଁ ରାଜଧାନୀର ସବୁ ସୁନା ଦୋକାନରେ ଦେଖିବାକୁ ମିଳିଛି ଭିଡ଼ । ଲୋକଙ୍କ ଆଗ୍ରହକୁ ଦେଖି ଦୋକାନୀ ଦେଉଛନ୍ତି ଲୋଭନୀୟ ଅଫର । ୫୦ ହଜାର ଟଙ୍କାର ସୁନା ଅଳଙ୍କାର କିଣିଲେ ଗୋଲ୍ଡ କଏନ୍ ଫ୍ରି । ଗଢାମଜୁରୀ ଉପରେ ରିହାତି ସହ କ୍ୟାସବ୍ୟାକ୍ । ଉଚ୍ଚା ଦର ସତ୍ତ୍ବେ ଭରି ଭରି ସୁନା ବୋହିନେଇଛନ୍ତି ଲୋକେ । କିଏ ହାର କିଣିଛି କିଏ କାନଫୁଲ । ପୁଣି କିଏ ସୁନା ଚେନ୍ । ରାଜଧାନୀର ଅରୁନ୍ଧତୀ ଜୁଏଲାରୀରେ ଭିଡ ଦେଖିବାକୁ ମିଳିଛି । ୨୫ ବର୍ଷରେ ପାଦ ଦେଇଥିବାରୁ ନଭେମ୍ବର ୩ ତାରିଖ ଜିରୋ ମେକିଙ୍ଗ ଚାର୍ଜ ରହିଛି । ସୁନାଗହଣା ମେକିଙ୍ଗ ଚାର୍ଜ ଉପରେ ୨୫  ଓ ୫୦ ପ୍ରତିଶତ ଫ୍ଳାଟ ରହାତି, ଡାଇମଣ୍ଡ ଜୁଏଲାରୀ ଉପରେ ୨୫ ପ୍ରତିଶତ ଫ୍ଲାଟ ରିହାତି ଏବଂ ରୁପା ଉପରେ ୨୫ ପ୍ରତିଶତ ଫ୍ଳାଟ ଡିସକାଉଣ୍ଟ ରହିଛି । ବିଭିନ୍ନ ଷ୍ଟୋରରେ ୨୫ ହଜାରରୁ ଅଧିକ ଡିଜାଇନ୍ ସୁନା ଗହଣା ଆଣିଛି ଅରୁନ୍ଧତୀ ଜୁଏଲାର୍ସ । ସୁନା ୧୦ ଗ୍ରାମ ପିଛା ୭୩ ହଜାର ୭୫୦ ଟଙ୍କା ଥିବାବେଳେ ଆଗକୁ ବାହାଘର ଥିବାରୁ ଭଲ ବେପାର ହେବବୋଲି ଆଶା ।

ରୂପାଲି ଛକରେ ଥିବା ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ବି ବମ୍ଫର ଅଫର । ଗଢାମଜୁରୀ ରିହାତି ସହ ଆକର୍ଷଣୀୟ ଗିଫ୍ଟ ହାମ୍ପର । ୫୦ ହଜାର ଟଙ୍କାର ସୁନା, ହୀରା କିଣିଲେ ଗୋଲ୍ଡ କଏନ ଫ୍ରି । ଏହାସହ ହୀରାରେ ରହିଛି ସ୍ବତନ୍ତ୍ର ଅଫର । କ୍ରେଡିଟ କାର୍ଡରେ ସୁନା କିଣିଲେ ଇନଷ୍ଟାଣ୍ଟ କ୍ଯାସବ୍ଯାକ । ମାଲାବର ଗୋଲଡ ଓ ଡାଇମଣ୍ଡର ଷ୍ଟୋରରେ ୨୨ କ୍ଯାରେଟ ୧୦ଗ୍ରାମ ୭୩ ହଜାର ୭୫୦ ଟଙ୍କା, ୨୪ କ୍ଯାରେଟ ୮୦ ହଜାର ୩୭୦, ରୁପା ୧୦ ଗ୍ରାମ ୧୦୮୦ ଟଙ୍କା ରହିଛି । ଧନତେରସରେ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ କିଣିଥାନ୍ତି ।