ବାଇଗଣରେ ପୋକ ଥାଉ କିନ୍ତୁ ଭୂତାଣୁ ନଥାଉ: ବାଗଚୀ

1 min read

ଭୁବନେଶ୍ୱର: ଗୋଷ୍ଠୀ ବା ସାମାଜିକ ସଂକ୍ରମଣ ପାଇଁ କରୋନା ବେଶୀ ସମୟ ନିଏ ନାହିଁ । ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରେସମିଟରେ ଏନେଇ ତଥ୍ୟ ରଖିଛନ୍ତି । ବିଶ୍ୱରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବାକୁ ପ୍ରାୟ ୩ ମାସ ସମୟ ଲାଗିଥିଲା । କିନ୍ତୁ ୫ ଲକ୍ଷରୁ ୧୬ ଲକ୍ଷ ପହଞ୍ଚିବା ପାଇଁ ମାତ୍ର ଗୋଟିଏ ସପ୍ତାହ ସମୟ ଲାଗିଥିଲା । ତେଣୁ, ଏହାର ଭୟାବହତା ଦୃଷ୍ଟିରୁ ସଂକ୍ରମଣ ରୋକିବାକୁ ଆମ ସମସ୍ତଙ୍କୁ ଘରେ ରହିବାକୁ ପଡ଼ିବ ।

https://www.facebook.com/nandighoshatv/videos/843460679454174

୨୦୧୫ ମସିହାର ଏକ ଅନ୍ତର୍ଜାତୀୟ ସର୍ଭେ ଅନୁସାରେ ଆମେ ପ୍ରତିଦିନ ଘଣ୍ଟାଏ ମଧ୍ୟରେ ୨୩ ଥର ମୁହଁରେ ହାତ ମାରିଥାଉ । ଶୋଇବା ସମୟ ୮ ଘଣ୍ଟା ଛାଡ଼ିଦେଲେ । ଅବଶିଷ୍ଟ ୧୬ ଘଣ୍ଟାରେ ୩୬୮ ଥର ମୁହଁରେ ହାତ ଦେଉଛେ । ତେଣୁ, ମାସ୍କ ପିନ୍ଧନ୍ତୁ, ସଂକ୍ରମଣ ରୋକନ୍ତୁ । ମାସ୍କ ପିନ୍ଧିଲେ ମୁହଁକୁ ବାରମ୍ବାର ହାତଯିବ ନାହିଁ । ନାକରୁ ସଂକ୍ରମଣ ଆଶଙ୍କା ବେଶୀ ଥିବାରୁ ମାସ୍କ ପିନ୍ଧନ୍ତୁ । ତେଣୁ, ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ବଜାରକୁ ଯିବାବେଳେ ଲୋକ ସଚେତନ ହୋଇ ସାମାଜିକ ଦୂରତା ରକ୍ଷା କରୁଛନ୍ତି । କିନ୍ତୁ ଆଳୁ ଅଧେ କେଜି ପାଇଁ ଆମେ ପରିବା ଘାଣ୍ଟୁ । ଏବେର ସମୟରେ ପରିବା ଘାଣ୍ଟି, ବାଛି ଆଣନ୍ତୁ ନାହିଁ । ବରଂ ବାଇଗଣରେ ପୋକଟିଏ ଥିଲେ ଚଳିବ, ଭୂତାଣୁ ନଥାଉ । ପୋଟ ଥିଲେ ତାକୁ କାଟିକି ଫୋପାଡ଼ି ଦେଇ ଅନ୍ୟ ଅଂଶ ଖାଇବା । ବିଶେଷକରି ଦୋକାନୀଙ୍କୁ କୁହନ୍ତୁ ସେ ପରିବା ବାଛିକରି ଦିଅନ୍ତୁ । ପରିବା ଘାଣ୍ଟିଲେ ସଂକ୍ରମଣ ଆଶଙ୍କା ବଢ଼ିବାର ସମ୍ଭାବନା ରହିଛି ।

https://www.facebook.com/nandighoshatv/videos/172125103882170

Leave a Reply