ବିଜେପିରେ ସାମିଲ ହେଲେ ଶୁଭେନ୍ଦୁ: ଖୁସି ମନାଇଲେ ଟିଏମସି କର୍ମୀ

1 min read

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗଦେଇଛନ୍ତି । ଶନିବାର ବିଜେପି ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବିଶାଳ କୃଷି ସମାବେଶରେ ବିଜେପିରେ ଯୋଗଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁଙ୍କ ଯୋଗଦାନକୁ ବଡ଼ ସଫଳତା ଭାବେ ବିବେଚନା କରୁଥିବା ବେଳେ ଟିଏମ୍‌ସି କର୍ମୀ ଏ ନେଇ ଖୁସି ମନାଇଛନ୍ତି । ସନ୍ଧ୍ୟାରେ ଏକ ରାଲି ବାହାର କରିବା ସହ ବାଜା ବଜାଇ ଖୁସି ମନାଇଥିଲେ । ରାଲିର ନେତୃତ୍ୱ ନେଉଥିବା ମଦନ ମିତ୍ର କହିଛନ୍ତି, ଅଧିକାରୀଙ୍କ ଦଳ ଛାଡ଼ିବା ଆମ ପାଇଁ ଖୁସିର କଥା ଏବେ ଆମ ଦଳ ଭାଇରସ୍ ମୁକ୍ତ ହୋଇଗଲା । ଆଗାମୀ ନିର୍ବାଚନରେ ଆମେ ଅଧିକ ସଂଖ୍ୟକ ଭୋଟରେ ନିର୍ବାଚିତ ହେବୁ । ତେବେ ପୂର୍ବରୁ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଶୁଭେନ୍ଦୁ ଟିକେଟ ପାଇବାକୁ ନଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।

          ସୂଚନା ଯୋଗ୍ୟ, ଅମିତ ଶାହ ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ପଶ୍ଚିମବଙ୍ଗରେ ପହଁଚିବା ପରେ ପ୍ରଥମେ ରାମକୃଷ୍ଣ ମିଶନ ଯାଇ ସ୍ୱାମୀ ବିବେକାନନ୍ଦଙ୍କୁ ପୂଜା କରିଥିଲେ ଶାହା । ପରେ ଜଣେ କୃଷକଙ୍କ ଘରକୁ ଯାଇ ଭୋଜନ କରିଥିଲେ ଗୃହମନ୍ତ୍ରୀ । ଆଉ ପରେ ମଞ୍ଚରେ ଅଭିବାଦନ ଦେଇ ଦିଦିଙ୍କ ଉପରେ ଗର୍ଜିଛନ୍ତି  । ପଶ୍ଚିମବଙ୍ଗର ନିର୍ବାଚନକୁ ହାତରେ ଆଉ କେତେ ମାସ ବାକି ରହିଥିବାବେଳେ ରାଜନୀତିର ରଙ୍ଗରେ ବର୍ତ୍ତମାନ ରଙ୍ଗାୟିତ ହୋଇଛି ବଙ୍ଗଲା।

ଏଥିସହିତ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

ସୋନାର ବଙ୍ଗଲାର ଭାଷଣ ଦେଉଥିବା ଦିଦି, ଏବେ ସମଗ୍ର ରାଜ୍ୟରେ ଅରାଜକତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି  । ପଶ୍ଚିମବଙ୍ଗକୁ କେବଳ ସୁନା କରିବାର ସାମାର୍ଥ୍ୟ ବିଜେପିର ରହିଛି  । ଆଗାମୀ ଦିନରେ ଟିଏମସିରେ କେବଳ ଦିଦି ହିଁ ଏକା ଥିବେ, ଅନ୍ୟ ସମସ୍ତ ନେତା ବିଜେପିରେ ରହିଥିବା ବୋଲି କହିଛନ୍ତି ଅମିତ ଶାହା  । ସେହିପରି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତୃଣମୂଳ କଂଗ୍ରେସକୁ ଭର୍ତ୍ସନା କରିଛନ୍ତି  । ହିଂସା, ସନ୍ଦେହ ଏବଂ ବିଶ୍ୱାସଘାତକତାରେ ମମତା ବାନାର୍ଜୀ ବୁଡି ରହିଥିବା ସେ କହିଛନ୍ତି  ।

Leave a Reply