ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

କୋଲକାତା: ପଶ୍ଚିମବଙ୍ଗ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଉଭୟ ତୃଣମୂଳ କଂଗ୍ରେସର ସଦସ୍ୟତା ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଦଳର ବରାକ୍‌ପୁର ବିଧାୟକ ଶୀଳଭଦ୍ର ଦତ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି ।

            ତେବେ ସେ ଆଗକୁ ଟିକେଟ୍ ପାଉନଥିବାରୁ ଦଳ ଛାଡ଼ିଥିବା ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି । ଅପରପକ୍ଷରେ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ବେଳେ ଏହାକୁ ଗ୍ରହଣ କରିନାହାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବାନାର୍ଜୀ ।  ସେ କହିଛନ୍ତି ଯେ, ଏହି ଇସ୍ତଫା ପତ୍ରର ପ୍ରକ୍ରିୟାଗତ ତ୍ରୁଟି ଥିବାରୁ ସେ ଏହାକୁ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ଭାରତୀୟ ସମ୍ୱିଧାନର ନିୟମ ଅନୁଯାୟୀ ଶ୍ରୀ ଅଧିକାରୀଙ୍କ ପକ୍ଷରୁ ପଠାଯାଇଥିବା ଇସ୍ତଫା ପତ୍ର ସତ୍ୟ ଏବଂ ସେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି ବୋଲି ହୃଦୟଙ୍ଗମ୍ ନ କରିବା ଯାଏଁ ସେ ଏହାକୁ ଗ୍ରହଣ କରିପାରିବେ ନାହିଁ । ଶ୍ରୀ ଅଧିକାରୀ ବ୍ୟକ୍ତିଗତଭାବେ ମୋତେ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିନାହାନ୍ତି ଏଣୁ ମୁଁ ତାଙ୍କୁ ସୋମବାର ଆସି ଇସ୍ତଫାପତ୍ର ଦାଖଲ କରିବାକୁ କହିଥିବା ବାଚସ୍ପତି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଟିଏମ୍‌ସି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫାକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

 

Leave a Reply